Odia News Portal

କ୍ଷୀର ଲିଟର ପିଛା ୨୦୦ ଟଙ୍କା

ପାକିସ୍ତାନରେ ହୁ ହୁ ହୋଇ ବଢି ଚାଲିଛି ଦରଦାମ୍ । ଖାଦ୍ୟ ସାମଗ୍ରୀ ଓ ଗ୍ୟାସର ଦର ଆକାଶଛୁଆଁ । ଇମ୍ରାନ ଖାନ୍ ସରକାର ବିରୋଧରେ ରାସ୍ତାକୁ ଓହ୍ଲାଇଲେ ସାଧାରଣ ଜନତା । ୭୦ ପ୍ରତିଶତ ଲୋକ ଗରିବ ହୋଇଥିବାରୁ କେମିତି ଚଳିବେ ତାକୁ ନେଇ ଚିନ୍ତାରେ ପାକିସ୍ତାନବାସୀ । ଦେଶରେ କ୍ଷୀର ଲିଟର ପିଛି ୧୮୦ ରୁ ୨୦୦ ଟଙ୍କାରେ ମିଳୁଥିବାବେଳେ ପ୍ରିତିଦିନ ଖାଉଥିବା ଆଳୁର ଦର ୮୦ ଟଙ୍କାରେ ପହଁଚିଛି । ଚିନି କିଲୋ ପିଛା ୧୧୦ ଟଙ୍କାରେ ବିକ୍ରି ହେଉଛି । ଅତ୍ୟାବଶକୀୟ ସାମଗ୍ରୀ ଦର ଆକାଶ ଛୁଆଁ ହେବା ପରେ ଡହଳ ବିକଳ ପାକିସ୍ତାନୀ । ସେପଟେ ସାଧାରଣ ଖାଦ୍ୟ ସାମଗ୍ରୀ ଅଭାବ ଯୋଗୁଁ ଆଗକୁ ଦେଶରେ ଦୁର୍ଭିକ୍ଷ ନେଇ ଆକଳନ କରିଛନ୍ତି ଅର୍ଥନୈତିଜ୍ଞ ।

ନୂଆ ପାକିସ୍ତାନର ନାରା ଦେଇ ଲୋକଙ୍କ ଜନାଦେଶ ପାଇ ସରକାର ଗଢିଛନ୍ତି ଇମ୍ରାନ୍ । ହେଲେ ଦୀର୍ଘ ୩ ବର୍ଷ ଭିତରେ ଦେଶର କାଙ୍ଗଳ ସ୍ଥିତିକୁ ସୁଧାରିବାରେ ସେ ବିଫଳ ହୋଇଛନ୍ତି । ଆତଙ୍କବାଦକୁ ସମର୍ଥନ କରୁଥିବା ଏହି ଦେଶର ଲୋକେ କିଭଳି ଭୋକ ମେଂଟାଇବେ ସେ ନେଇ ଚିନ୍ତାରେ । ଏବେ ପାକିସ୍ତାନର ସମସ୍ତ ଖାଦ୍ୟ ସାମଗ୍ରୀର ଦର ଦାମ କିଲୋ ପିଛା ୧୦୦ ଟଂକା ଉପରେ ରହିଛି । ଅନ୍ତର୍ଜାତୀୟ ମିଡିଆର ରିପୋର୍ଟ ଅନୁଯାୟୀ କ୍ଷୀର ଲିଟରର ଦାମ ୧୪୦ ଟଂକା ରହିଥିବା ବେଳେ ପ୍ୟାକେଟ ଦହିର ଦାମ କିଲୋ ପିଛା ୨୨୦ ଟଂକା ରହିଛି । ଆଳୁର ଦର ୮୦ ଟଙ୍କାରେ ପହଁଚିଛି ।