Odia News Portal

କଣ୍ଟାକ୍ଟ ଲେସ୍ ପେମେଣ୍ଟ ସେବା ଆରମ୍ଭ ନେଇ ଏସବିଆଇର ଘୋଷଣା

ନୂଆଦିଲ୍ଲୀ () ଦେଶର ସବୁଠାରୁ ବଡ ବ୍ୟାଙ୍କ ଏସବିଆଇ କଣ୍ଟାକ୍ଟ ଲେସ୍ ପେମେଣ୍ଟ ଆରମ୍ଭ କରିବା ନେଇ ଘୋଷଣା କରିଛି । ବ୍ୟାଙ୍କ କହିଛି କି ମାଷ୍ଟରକାର୍ଡ କଷ୍ଟମରଙ୍କୁ ଏବେ ପଇସା ବାହାର କରିବା ପାଇଁ କାର୍ଡ ନେବା ଆବଶ୍ୟକ ନାହିଁ । ଗ୍ରାହକ ସମ୍ପର୍କ ରହିତ ଉପାୟରେ ଟ୍ୟାପ୍-ଆଣ୍ଡ-ଗୋ ବ୍ୟବହାର କରି ପେମେଣ୍ଟ କରିପାରିବେ । ଏସବିଆଇ କାର୍ଡ ନିଜ ଆପରେ ମାଷ୍ଟରକାର୍ଡ ଟୋକନ ସେବା ଯୋଗାଉଥିବା ଭାରତର ପ୍ରଥମ କାର୍ଡ ଜାରିକର୍ତ୍ତା ପାଲଟିଯାଇଛି । ମାଷ୍ଟରକାର୍ଡ ଓ ଏସବିଆଇ କାର୍ଡ୍ସ ଏଣ୍ଡ୍ ପେମେଣ୍ଟ ସର୍ଭିସେଜ୍ ଲିମିଟେଡ୍(ଏସବିଆଇ କାର୍ଡ) ଆଜି ଏସବିଆଇ କାର୍ଡ ଆପରେ କଣ୍ଟାକ୍ଟ ଲେସ୍ ପେମେଣ୍ଟ ଆରମ୍ଭ କରିବା ନେଇ ଘୋଷଣା କରିଛି । ଏଥିପାଇଁ ଗ୍ରାହକଙ୍କୁ କ୍ରେଡିଟ୍ କାର୍ଡ ସ୍ୱାଇପ୍, ଛୁଇଁବା କିମ୍ବା ପିନ୍ ନମ୍ବର ଦେବା ଆବଶ୍ୟକ ନାହିଁ ।

ଗ୍ରାହକ ଏହି ସୁବିଧା ବ୍ୟବହାର କରି ଏକଥରେ ୨ ହଜାର ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ କରିପାରିବେ  । ଦୁଇ ହଜାର ଟଙ୍କାରୁ ଅଧିକ ପେମେଣ୍ଟରେ କାର୍ଡ ପିନ୍ ଦେବାକୁ ପଡିବ । ଏସବିଆଇ କାର୍ଡ ଆପର ବ୍ୟବହାର କରିବା ପାଇଁ ଗ୍ରାହକଙ୍କୁ ଏସବିଆଇ କାର୍ଡ ମୋବାଇଲ୍ ଆପରେ ନିଜ କାର୍ଡର ରେଜିଷ୍ଟ୍ରେସନ କରାଇବାକୁ ପଡିବ । ଏଥିପାଇଁ ଆପର ନୂଆ ଭର୍ସନ ଜରୁରୀ । ରେଜିଷ୍ଟ୍ରେସନ ପରେ ପଏଣ୍ଟ ଅଫ୍ ସେଲ୍ ମେସିନରେ କାର୍ଡକୁ ସ୍ପର୍ଶ ନକରି ମୋବାଇଲ୍ ଫୋନ୍ ମାଧ୍ୟମରେ ପୈଠ କରିହେବ ।