Odia News Portal

ଚତୁର୍ଥ ବିବାହ ବନ୍ଧନରେ ବାନ୍ଧି ହେଲେ ଭଜନ ସମ୍ରାଟ

ନୂଆଦିଲ୍ଲୀ () ୬୭ ବର୍ଷ ବୟସରେ ପୁଣିଥରେ ବିବାହ କଲେ ଭଜନ ସମ୍ରାଟ ଅନୁପ ଜଲୋଟା । ଏହି ବିବାହ ତାଙ୍କର ଚତୁର୍ଥ ବିବାହ । ଏଥର ସେ ତାଙ୍କର ଜଣେ ଶିଷ୍ୟାଙ୍କୁ ବିବାହ କରିଥିବା ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଭଜନ ସମ୍ରାଟ ଅନୁପ ଜଲୋଟା ଏବଂ ମଡେଲ ଅଭିନେତ୍ରୀ ଜସଲିନ ମଥାରୁଙ୍କ କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ନିଜେ ଜସଲିନ ମଥାରୁ ତାଙ୍କୁ ଇନଷ୍ଟା ପେଜ୍‌ରେ ଏହି ଫଟୋ ସେୟାର କରିଛନ୍ତି । ଯେଉଁଥିରେ ୬୭ ବର୍ଷିୟ ଅନୁପ ଜଲୋଟା ସେରଓ୍ବାନୀରେ ନଜର ଆସିଥିବା ବେଳେ ଜସଲିନ ମଥାରୁ ଲାଲ ରଙ୍ଗର ଶାଢୀ ପିନ୍ଧିବା ସହ ମଥାରେ ସିନ୍ଦୁର ଲଗାଇଛନ୍ତି । ଉଭୟ ପାଖାପାଖି ହୋଇ ବସିଥିବାର ଫଟୋ ସେ ସେୟାର କରିଛନ୍ତି ।

ତେବେ ଅନୁପ ଜଲୋଟାଙ୍କ ପ୍ରଥମ ପତ୍ନୀ ସୋନାଲୀ ସେଠଙ୍କ ଠାରୁ ବିବାହ ବିଛେଦ ହେବାପରେ ବୀଣା ଭାଟିଆଙ୍କୁ ବିବାହ କରିଥିଲେ । ପରେ ଏମାନଙ୍କ ମଧ୍ୟରେ ମଧ୍ୟ ସମାନ ଅବସ୍ଥା ହୋଇଥିଲା । ଏମାନଙ୍କ ମଧ୍ୟରରେ ବିବାହ ବିଛେଦ ହୋଇଥିଲା । ପରେ ମେଧା ଗୁଜରାଲଙ୍କୁ ସେ ବିବାହ କରିଥିଲେ ହେଲେ ପତ୍ନୀ ମେଧାଙ୍କର ୨୦୧୪ରେ ମୃତ୍ୟୁ ହୋଇଥିଲା । ସେବେଠାରୁ ଏହି ଦୁଇଜଣଙ୍କ ମଧ୍ୟରେ ପ୍ରେମସସମ୍ପର୍କ ଥିବା ଚର୍ଚ୍ଚା ହେଉଥିଲା । ତେବେ ଏମାନଙ୍କ ବିବାହ ହୋଇଥିବା ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।