Odia News Portal

ଗ୍ରୁପର ଆଡମିନ୍ ଦୀପିକା ପାଦୁକୋନ୍

ମୁମ୍ବାଇ() ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁରେ ଡ୍ରଗ୍ସ ମାମଲା ନୂଆ ମୋଡ ନେବା ପରେ ବଲିଉଡର ଅନେକ ସେଲିବ୍ରିଟମାନେ ଏବେ ଏନସିବି ରାଡାରକୁ ଆସିଛନ୍ତି । ଟିଭି କଳାକାରଙ୍କଠାରୁ ଆରମ୍ଭ କରି ପ୍ରସିଦ୍ଧ ସିନେମା କଳାକାରମାନଙ୍କର ଏବେ ଗୁମର ଖୋଲିବାରେ ଲାଗିଛି ଏନସିବି । ରିୟା ଚକ୍ରବର୍ତ୍ତୀ ଗିରଫ ହେବା ପରେ ଏନସିବି ଟିମ୍ ଆଜି ଅଭିନେତ୍ରୀ ରକୁଳପ୍ରୀତ ସିଂଙ୍କୁ ପଚରାଉଚରା କରିଛି । ଏନସିବିରୁ ମିଳିଥିବା ଖବର ମୁତାବକ, ଯେଉଁ ହ୍ୱାଟ୍ସଆପ୍ ଗ୍ରୁପରେ ଡ୍ରଗ୍ସକୁ ନେଇ ଆଲୋଚନା ଚାଲୁଥିଲା, ତାର ଆଡମିନ୍ ପାୱାର ବା ମୁଖ୍ୟ ପରିଚାଳନାରେ ଥିଲେ ବଲିଉଡର ବହୁ ନାମିଦାମୀ ଅଭିନେତ୍ରୀ ଦୀପିକା ପାଦୁକୋନ୍ ।

ଏନସିବିରୁ ମିଳିଥିବା ଖବର ମୁତାବକ, ‘ ଏହି ହ୍ୱାଟଆପ୍ ଗ୍ରୁପ୍ ୨୦୧୭ ମସିହାରେ ଆରମ୍ଭ ହୋଇଥିଲା । ଏଥିରେ ଦୀପିକା, ଜୟା ଶାହ ଓ କରିସ୍ମା ପ୍ରକାଶ ମଧ୍ୟ ସାମିଲ ଥିଲେ । ଏହି ଗ୍ରୁପ ଜରିଆରେ ଦୀପିକା ଓ କରିସ୍ମା ଡ୍ରଗ୍ସ ବିଷ୍ରରେ କଥା ହେଉଥିବା ଜଣାପଡିଛି ।