Odia News Portal

ଜୟାଙ୍କୁ ଏମିତି ଜବାବ ଦେଲେ କଙ୍ଗନା

ନୂଆଦିଲ୍ଲୀ () ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାଓ୍ବତ କିଛି ଦିନ ହେବ ଚର୍ଚାରେ ଅଛନ୍ତି। ​‌ସେ କେବଳ ମୁମ୍ବାଇ ପୋଲିସ୍ ଓ ମହାରାଷ୍ଟ୍ର ସରକାରଙ୍କୁ ଟାର୍ଗେଟ କରି ନାହାନ୍ତି ବରଂ ବଲିଉଡରେ ନେପୋଟିଜମ୍, ଗ୍ୟାଙ୍ଗଜମ ଓ ଡ୍ରଗ୍ଦକୁ ନେଇ ମଧ୍ୟ ଖୁଲାସା କରିଛନ୍ତି। ଯାହାକୁ ବହୁ ବଲିଉଡ୍ ସେଲିବ୍ରିଟି ବିରୋଧ କରୁଛନ୍ତି। ଆଜି ସଂସଦର ମୌସୁମୀ ଅଧିବେଶନର ଦ୍ବିତୀୟ ଦିନରେ ବରିଷ୍ଠ ଅଭିନେତ୍ରୀ ତଥା ରାଜ୍ୟସଭା ସାଂସଦ ଜୟା ବଚ୍ଚନ କଙ୍ଗନାଙ୍କୁ ସିଧାସଳଖ ଟାଗେର୍ଟ କରିଛନ୍ତି। ଅନ୍ୟପକ୍ଷେ କଙ୍ଗନା ଟ୍ବିଟ କରି ଜୟାଙ୍କୁ କଟୁ ମନ୍ତବ୍ୟ ଦେଇଛନ୍ତି ।

ସେ ସଂସଦରୁ ଜୟାଙ୍କ ଭିଡିଓକୁ ରିଟ୍ବିଟ୍ କରି କହିଛନ୍ତି , ‘‘ଯଦି ମୋ ସ୍ଥାନରେ ଆପଣଙ୍କ ଝିଅ ଶ୍ବେତାଙ୍କୁ ଟିନ୍ଏଜରେ ମାଡ ମରା ଯାଇଥାନ୍ତା, ଡ୍ରଗ୍ସ ଦିଆଯାଇଥାନ୍ତା ଓ ଉତ୍ପୀଡନର ଶିକାର ହୋଇଥାନ୍ତେ। ଯଦି ଅଭିଷେକଙ୍କୁ କ୍ରମାଗତ ହଇରାଣ କରାଯାଇଥାନ୍ତା ଓ ସେ ଉତ୍ପୀଡନର ଅଭିଯୋଗ କରିଥାନ୍ତେ ଓ ଗୋଟିଏ ଦିନ ଫାଶିରେ ତାଙ୍କ ମୃତ ଦେହ ଝୁଲିଥିବା ଦେଖିଥାନ୍ତେ? ତାହେଲେ ବି କ’ଣ ଜୟା ଜୀ ଏହି କଥା କହିଥାନ୍ତେ।  ଆମ ପ୍ରତି ମଧ୍ୟ କିଛି ଦୟା ଦେଖାଅ।’’

ସମାଜବାଦୀ ପାର୍ଟି ଜୟା ବଚ୍ଚନ ସଂସଦରେ କହିଲେ ଯେଉଁମାନେ ଫିଲ୍ମ ଇଣ୍ଡଷ୍ଟ୍ରିରେ ନାଁ କରିଛନ୍ତି ସେମାନେ ଇଣ୍ଡଷ୍ଟ୍ରିକୁ ‘ଗଟର’ କହିଲେ। ଏଥିରେ ମୁଁ ଏକଦମ ଅସହମତ। ମୁଁ ଆଶା କରୁଛି ଯେଉଁମାନେ ଏଥିରେ ନାଁ କରିଛନ୍ତି ଓ ଲୋକପ୍ରିୟତା ହାସଲ କରିଛନ୍ତି ଏମିତି ଭାଷାର ବ୍ୟବହାର ବନ୍ଦ କରିବାକୁ ସରକାର କହିବେ ବୋଲି ମୋର ଆଶା। ମୁଁ ବହୁତ ଲଜ୍ଜ ​ ଯେ ଗତକାଲି ଜଣେ ସାଂସଦ ଲୋକସଭାରେ ଫିଲ୍ମ ଇଣ୍ଟଷ୍ଟ୍ରି ବିରୋଧ କହିଥିଲେ, ଫିଲ୍ମ ଇଣ୍ଡଷ୍ଟ୍ରିରୁ ଆସି ଯେଉଁ ଥାଳିରେ ଖାଉଛନ୍ତି ତାକୁ କଣା କରୁଛନ୍ତି।’