Odia News Portal

ହତ୍ୟାର ୧୦ ଦିନ ପୂର୍ବରୁ ଗାନ୍ଧିଙ୍କୁ ମାରିବାକୁ ପ୍ରୟାସ କରାଯାଇଥିଲା

ହିଂସାକୁ ଅସ୍ତ୍ର କରି ଦେଶକୁ ସ୍ୱାଧୀନତା ଦେଇଥିବା ମହାପୁରୁଷ ମହାତ୍ମା ଗାନ୍ଧୀଙ୍କୁ ୩୦ ଜାନୁଆରୀ ୧୯୪୮ରେ ଗୁଳି ମାରି ହତ୍ୟା କରାଯାଇଥିଲା । ଏଥିରେ କେବଳ ଭାରତୀୟ ନୁହେଁ ପୁରା ବିଶ୍ୱ ଆଶ୍ଚର୍ୟ୍ୟ ହୋଇଯାଇଥିଲା । ବିଚାରଗତ ମତଭେଦ କାରଣରୁ ନାଥୁରାମ ଗଡସେ ଗାନ୍ଧିଜୀଙ୍କ ଛାତିରେ ୩ଟି ଗୁଳି ମାରି ହତ୍ୟା କରିଥିଲେ । କିନ୍ତୁ ଏହାର ପ୍ରଥମ ଥର ପାଇଁ ନୁହେଁ ଏହା ପୂର୍ବରୁ ବହୁଥର ଗାନ୍ଧିଜୀଙ୍କୁ ମାରିବାକୁ ପ୍ରୟାସ କରାଯାଇଥିଲା ।

ମହାତ୍ମା ଗାନ୍ଧୀ କେବେ ବି ଚାହୁଁ ନଥିଲେ ଯେଉଁ ଲୋକ ତାଙ୍କୁ ଦେଖା କରିବାକୁ ଆସୁଛନ୍ତି ତାଙ୍କର ଯାଞ୍ଚ କରାଯାଉ । ସେଥିପାଇଁ ସେ କୌଣସି ସରକାରୀ ସୁରକ୍ଷା ନେବାକୁ ମନା କରି ଦେଇଥିଲେ । ଗାନ୍ଧିଜୀଙ୍କ ହତ୍ୟା ପୂର୍ବରୁ ତାଙ୍କୁ ବହୁଥର ମାରିବାକୁ ପ୍ରୟାସ କରାଯାଇଥିଲା । ସେହିପରି ଏକ ପ୍ରୟାସ ତାଙ୍କ ହତ୍ୟାର ୧୦ ଦିନ ପୂର୍ବରୁ କରାଯାଇଥିଲା । ବାପୁଙ୍କ ନିକଟତର ସହଯୋଗୀ ରହିଂ ମନୁବେନ ତାଙ୍କର ଏକ ପୁସ୍ତକରେ ଏହା ଲେଖିଛନ୍ତି ।

୨୦ ଜାନୁଆରୀ ସନ୍ଧ୍ୟାରେ ବାପୁଙ୍କ ପ୍ରାର୍ଥନା ପରେ ପ୍ରବଚନ ସମୟରେ ଏକ ଧମକା ହୋଇଥିଲା । ସେହି ସମୟରେ ସମସ୍ତ ଲୋକ ଏପଟସେପଟ ଦୌଡ଼ିବାକୁ ଲାଗିଥିଲେ । ପରେ ଲୋକ ବାପୁ କହିଥିଲେ ଡର ନାହିଁ ସୈନିକମାନେ ତାଲିମ ନେଉଛନ୍ତି । ଏହା ପରେ ବାପୁ ନିଜର ପ୍ରବଚନ ଆରମ୍ଭ କରିଥିଲେ । ପ୍ରବଚନ ପରେ ଜଣାପଡ଼ିଥିଲା କି ଏହା ବାପୁଙ୍କୁ ମାରିବାକୁ ଷଡଯନ୍ତ୍ର କରାଯାଇଥିଲା । ପ୍ରାର୍ଥନା ସମୟରେ ୨୫ ବର୍ଷୀୟ ମଦନଲାଲ ନାମ ବ୍ୟକ୍ତି ଏହି ବମ ପକାଇଥିଲେ । ବମ ପକାଇ ଦୌଡ଼ି ପଳାଉଥିବା ସମୟରେ ପ୍ରାର୍ଥନାକୁ ଆସିଥିବା ଜଣେ ପଞ୍ଜାବୀ ମହିଳା ତାଙ୍କୁ ଧରିଥିଲେ । ପଚରାଉଚରା ପରେ ସେ କହିଥିଲେ ଯେ, ମୋତେ ଗାନ୍ଧିଜୀଙ୍କ ନୀତି ପସନ୍ଦ ନୁହେଁ । ସେଥିପାଇଁ ତାଙ୍କୁ ମାରିବା ପାଇଁ ମୁଁ ଏହି ବମ ପକାଇଥିଲି । ପରେ ଗାନ୍ଧିଜୀଙ୍କ ସୁରକ୍ଷା ପାଇଁ ବିଡଲା ଭବନରେ ମିଲିଟାରୀ ଫୋର୍ସ ରଖାଯିବ । ପ୍ରାର୍ଥନା ସଭାରେ ଆସୁଥିବା ଲୋକଙ୍କ ଯାଞ୍ଚ କରାଯିବ ବୋଲି ନିଷ୍ପତ୍ତି ନିଆଗଲା । ହେଲେ ବାପୁ ଏହାକୁ ସଫାସଫା ମନା କରି ଦେଲେ । ସରଦାର ପଟେଲଙ୍କ ସହିତ ବହୁତ ସମୟ ଆଲୋଚନା ପରେ କିଛି ମିଲିଟାରୀ ଫୋର୍ସ ରହିବା ପାଇଁ ଅନୁମତି ଦେଲେ ।