Odia News Portal

ମାନହାନି ମକଦ୍ଦମାରେ ଜିତିଲେ ଋଚା

ନୂଆଦିଲ୍ଲୀ () ବଲିଉଉ ଅଭିନେତ୍ରୀ ଋଚା ଚଡ୍ଢା ଓ ପାୟଲ ଘୋଷଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ପାୟଲ ନିର୍ଦେଶକ ଅନୁରାଗ କଶ୍ୟପଙ୍କ ବିରୋଧରେ ଯୌନ ଶୋଷଣ ମାମଲା ଆଣିବା​‌ ବେଳେ ସେ ଋଚାଙ୍କ ନାଁ ନେଇ ଥିଲେ। ଏହା ପରେ ଋଚା ପାୟଲଙ୍କ ବିରୋଧରେ ମାନହାନି ମକଦ୍ଦମା କରିଥିଲେ। ବମ୍ବେ ହାଇକୋର୍ଟରେ ପାୟଲ ଋଚା ଚଢ଼ାଙ୍କୁ କ୍ଷମା ମାଗିଛନ୍ତି। ମାତ୍ର କୋର୍ଟରୁ ବାହାରକୁ ଆସିବା ପରେ ପାୟଲ ଘୋଷ ଋଚାଙ୍କୁ କ୍ଷମା ମାଗିବାକୁ ସ୍ପଷ୍ଟ ମନା କରି ଦେଇ ଥିଲେ।

ଏବେ ଋଚା ତାଙ୍କ ଇନଷ୍ଟାରେ ବମ୍ବେ ହାଇକୋର୍ଟଙ୍କ ନିଷ୍ପତ୍ତିର କପିକୁ ସେୟାର କରିଛନ୍ତି। ଏହା ସହ କହିଛନ୍ତି ସେ ମାମଲା ଜିତିଯାଇଛନ୍ତି। ବମ୍ବେ ହାଇକୋର୍ଟଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି। ଏତିକି ନୁହେଁ, ହାଇକୋର୍ଟ ଓ୍ବେବସାଇଟରେ ମଧ୍ୟ କପି ଉପଲବ୍ଧ ଅଛି। ତେବେ ଏହାର ଆଗାମୀ ଶୁଣାଣି ଅକ୍ଟୋବର ୧୨ରେ ହେବ ବୋଲି ଏହି ଶୁଣାଣିରେ କୁହାଯାଇଛି।

ଋଚାଙ୍କ ପୋଷ୍ଟରେ ପ୍ରତିକ୍ରିୟା ରଖିଛନ୍ତି ପାୟଲ। ସେ ତାଙ୍କ ଟ୍ବିଟରେ ଲେଖିଛନ୍ତି ଯେତେବେଳେ ମାମଲା ବିଚାରଧୀନ ରହିଛି ଓ ଏବେ ସୁଦ୍ଧା ନିଷ୍ପତ୍ତି ଆସି ନାହିଁ, ସେ ମାମଲା ଜିତିଲେ କେମିତି? ସେ ଏକଥା କିପରି ଦାବି କରୁଛନ୍ତି।