Odia News Portal

୮୦ ପ୍ରତିଶତ ସେଲିବ୍ରିଟି ଡ୍ରଗ୍ସ ନେଉଛନ୍ତି: ରିୟା

ମୁମ୍ବାଇ() ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ଦିଗରୁ ତଦନ୍ତ କରୁଛି ନାର୍କୋଟିକ୍ସ କନଟ୍ରୋଲ ବ୍ୟୁରୋ (ଏନସିବି)। ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଗିରଫ ହୋଇ ଏବେ ଜେଲରେ ଅଛନ୍ତି। ପଚରାଉଚରା ବେଳେ ରିୟା ଏନସିବିକୁ ବଲିଉଡର ୨୫ ଜଣ ସେଲିବ୍ରିଟିଙ୍କ ନାଁ କହିଛନ୍ତି। ଏହି ସେଲିବ୍ରିଟିମାନେ ମଧ୍ୟ ଡ୍ରଗ୍ସ ନେଉଛନ୍ତି ବୋଲି ରିୟା କହିଛନ୍ତି। ଏହି ସମୟରେ ବଲିଉଡର ଅନେକ ଅଭିନେତ୍ରୀଙ୍କ ନାଁ ଆସିଛି।

ରିୟା ଯେଉଁ ଅଭିନେତ୍ରୀଙ୍କ ନାଁ କହିଛନ୍ତି, ତାଙ୍କ ଭିତରେ ୨ ଜଣ ବଡ ଅଭିନେତ୍ରୀଙ୍କ ସହିତ ଜଣେ ଫ୍ୟାଶନ୍ ଡିଜାଇନରଙ୍କ ନାଁ ରହିଛି। ଏମାନଙ୍କ ଭିତରେ ଜଣେ ହେଉଛନ୍ତି ଅଭିନେତାଙ୍କ ସାଙ୍ଗ। ରିୟା ଯେଉଁ ଅଭିନେତ୍ରୀଙ୍କ ନାଁ କହିଛନ୍ତି ତାଙ୍କ ଭିତରେ ସାରା ଅଲ୍ଲୀ ଖାନ୍ ଓ ରକୁଲ ପ୍ରୀତ ସିଂ ରହିଛନ୍ତି।

ରିୟାଙ୍କ ଖୁଲାସା ପରେ ଏନସିବି ଏହି ୩ ଜଣଙ୍କୁ ତଦନ୍ତ ପରିସରରେ ଆଣିଛି। କୁହାଯାଉଛି ଯେ, ପଚରା ଉଚରା ବେଳେ ରିୟା ସ୍ବୀକାର କରିଛନ୍ତି ଯେ, ଏହି ଦୁଇ ଅଭିନେତ୍ରୀ ଓ ଡିଜାଇନରଙ୍କ ସହ ମିଶି ସୁଶାନ୍ତଙ୍କ ସହ ଡ୍ରଗ୍ସ ନେଉଥିଲେ। ରିୟା କହିଛନ୍ତି ବଲିଉଡର ୮୦ ପ୍ରତିଶତ ସେଲିବ୍ରିଟି ଡ୍ରଗ୍ସ ନେଉଛନ୍ତି। ସୁଶାନ୍ତଙ୍କ ପାଇଁ ସେ ଡ୍ରଗ୍ସ କିଣୁଥିଲେ ବୋଲି ମଧ୍ୟ ରିୟା ସ୍ବୀକାର କରିଛନ୍ତି।