Odia News Portal

ବିବେକ ଓବେରୟଙ୍କ ଘରେ ଚଢାଉ

ମୁମ୍ବାଇ()  ବଲିଉଡ ଅଭିନେତା ବିବେକ ଓବେରୟଙ୍କ ଘରେ ବାଙ୍ଗାଲୁର ପୋଲିସ ଚଢାଉ କରିଛି । ବାଙ୍ଗାଲୁରର ୨ ପଶେଳିସ ଇନ୍ସପେକ୍ଟର ଦ୍ୱିପହର ୧ଟାରୁ ଚଢାଉ ଆରମ୍ଭ କରିଥିଲେ । ବିବେକଙ୍କ ଭିଣୋଇ ଆଦିତ୍ୟ ଆଲଭାଙ୍କ ଡ୍ରଗ୍ସ ଲିଙ୍କ ଦର୍ଶାଇ ଅଭିନେତା ବିବେକ ଓବେରୟଙ୍କ ଘରେ ପୋଲିସ ଯାଞ୍ଚ କରିଥିବା ସୂଚନା ମିଳିଛି ।

ଚଢାଉକୁ ନେଇ ଜଣେ ପୋଲିସ ଅଫିସର କହିଛନ୍ତି ଯେ, ‘ଆଦିତ୍ୟ ଆଲଭା ଫେରାର୍ ଅଛନ୍ତି । ବିବେକ ଓବେରୟ ତାଙ୍କ ସମ୍ପର୍କୀୟ ଓ ଆମେ ସୂଚନା ପାଇଲୁ ଯେ ଆଲଭା ତାଙ୍କ ଘରେ ଲୁଚି ରହିଛି । ଏଥିପାଈଁ କୋର୍ଟରୁ ୱାରେଣ୍ଟ ନେଇ ଆମ ବ୍ରାଞ୍ଚ ଟିମ୍ ବିବେକଙ୍କ ଘରକୁ ଯାଇଥିଲୁ ।’