Odia News Portal

ମଥାରେ ତିଳକ ଲଗାଇବା ପଛରେ କ’ଣ ରହିଛି ବୈଜ୍ଞାନିକ ମହତ୍ତ୍ୱ ଜାଣନ୍ତୁ …

ହିନ୍ଦୁ ଧର୍ମରେ ବିଭିନ୍ନ ପ୍ରକାର ପରମ୍ପରା ଦେଇ ଗତି କରିବାକୁ ପଡ଼େ । ଏହି ପରମ୍ପରାଗୁଡ଼ିକ ଲୋକଦେଖାଣିଆ ନୁହେଁ । ଏହା ପଛରେ ବୈଜ୍ଞାନିକ କାରଣଗୁଡ଼ିକ ରହିଛି । ମଥାରେ ତିଳକ ଲଗାଇବା ପଛରେ କ’ଣ ବୈଜ୍ଞାନିକ ମହତ୍ତ୍ୱ ରହିଛି ଆସନ୍ତୁ ଜାଣିବା ….

ମଥାରେ ତିଳକ ଲଗାଇବା ହିନ୍ଦୁ ପରମ୍ପରା ଅନୁସାରେ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ଓ ପୂଜାପାଠରେ ମଥାରେ ତିଳକ ଲଗାଯାଏ । ମଥାରେ ତିଳକ ଲଗାଇବା ଦ୍ୱାରା ବହୁତ ଶୁଭ ହୋଇଥାଏ । ସିନ୍ଦୁର କିମ୍ବା କୁମ୍‌କୁମ୍‌ରେ ତିଳକ ପ୍ରସ୍ତୁତ ହୋଇଥାଏ । ବୈଜ୍ଞାନିକଙ୍କ ଅନୁସାରେ ଆଖିଦ୍ୱୟର ମଧ୍ୟ ଭାଗରୁ ନାକ ମଥାକୁ ଲାଗି ରହିଛି । ମଥାରେ ତିଳକ ଲଗାଇବା ସମୟରେ ନାକ ଉପରେ ଚାପ ପଡ଼େ । ଏହା ଅଧିକ ସକ୍ରିୟ ହୋଇଯାଏ । ଫଳରେ ସମ୍ପୂର୍ଣ୍ଣ ଶରୀରର ମାଂସପେଶୀକୁ ରକ୍ତସଂଚାର ଭଲ ଭାବରେ ହୁଏ । ମଥାରେ ଶକ୍ତି ସଂଚାର ହୁଏ ଓ ସୌନ୍ଦର୍ୟ୍ୟ ବୃଦ୍ଧି ହୁଏ । ମହିଳାମାନେ ଲଗାଉଥିବା ସିନ୍ଦୂରରେ ହଳଦୀ, ଚୂନା ରହିଛି ଯାହା ରକ୍ତଚାପ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ ।