Odia News Portal

କିସ ପକ୍ଷରୁ ଜାତୀୟ କ୍ରୀଡ଼ା ଦିବସ ପାଳିତ

ଭୁବନେଶ୍ବର : କିସ ପକ୍ଷରୁ ଶନିବାର ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି। ଦୀର୍ଘ ୧୫ବର୍ଷ ଧରି କିସ ଓ କିଟ କ୍ରୀଡ଼ା ଉପରେ ଗୁରୁତ୍ୱ ଦେଇଆସୁଛି। ଫଳରେ କିସରୁ ୫ହଜାର ରୁ ଉର୍ଦ୍ଧ୍ୱ କ୍ରୀଡ଼ାବିତ ବାହାରି ପାରିଛନ୍ତି।

ନୂତନ ଶିକ୍ଷା ନୀତିରେ ଶିକ୍ଷା ସହ କ୍ରୀଡ଼ାକୁ ନେଇ ଜଣେ ଛାତ୍ର ନିଜର ଭବିଷ୍ୟତ ଗଠନ କରିପାରିବେ ବୋଲି ନିଜ ବକ୍ତବ୍ୟରେ କିସ ଓ କିଟ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ କହିଛନ୍ତି। ଧ୍ୟାନଚାନ୍ଦଙ୍କ ଜନ୍ମଦିନ ଅବସରରେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଡ. ଅଚ୍ୟୁତ ସାମନ୍ତ କହିଛନ୍ତି, କିସରେ ଛାତ୍ରଛାତ୍ରୀମାନଙ୍କୁ ଉଭୟ ଶିକ୍ଷା ଓ କ୍ରୀଡ଼ାରେ ଉନ୍ନତି ପାଇଁ ଉଦ୍ୟମ ଜାରି ରହିଛି।

ଏହି ଅବସରରେ କିଟ ଓ କିସ ସଂପାଦକ ଆରଏନ ଦାଶ, କିସ ସିଇଓ ଡ. ପ୍ରଶାନ୍ତ କୁମାର ରାଉତରାୟ, କିସ ବିଶ୍ୱବିଦ୍ୟାଳୟର କୁଳପତି ଡ. ହରେକୃଷ୍ଣ ଶତପଥୀ ପ୍ରମୁଖ ଉପସ୍ଥିତ ରହି ଧ୍ୟାନଚାନ୍ଦଙ୍କ ଆଦର୍ଶ ଆଲୋଚନା କରିଥିଲେ।