Odia News Portal

ବିଚ ବଜାର ଉପରେ ସ୍ବାମୀକୁ ସ୍ତ୍ରୀର ମାଡ଼

ତାଳଚେର: ବିଚ ବଜାର ଉପରେ ସ୍ବାମୀକୁ ସ୍ତ୍ରୀର ମାଡ଼ । ସ୍ତ୍ରୀକୁ ପାଖରେ ନ ରଖିବାରୁ ସ୍ୱାମୀକୁ ଘୋଷାଡି ଘୋଷାଡି ମାରୁଛି ସ୍ତ୍ରୀ । ଯାହାର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଘଟଣାଟି ହେଉଛି  ତାଳଚେର ଶର୍ମା ଛକର । ସହର ମଝିରେ ସ୍ୱାମୀକୁ ନିର୍ଦ୍ଧୁମ ପିଟିଛି ସ୍ତ୍ରୀ । ସ୍ୱାମୀ ଜଣକ ସ୍ତ୍ରୀ ଠାରୁ ମାଡ ଖାଉଥିବାବେଳେ ଏହାକୁ କେହିବି ଅଟକାଇ ନଥିଲେ । ଭାଇରାଲ ହୋଇଥିବା ଏହି ଭିଡିଓ ଅନୁସାରେ ସ୍ୱାମୀ ଜଣକ ନିଜ ଦୋକାନରେ ଥିବାବେଳେ ସ୍ତ୍ରୀ ଆସି ମାଡ ମାରିଥିଲେ ।

ସୂଚନା ଅନୁସାରେ ଏମାନେ ପୂର୍ବରୁ ପ୍ରେମ ବିବାହ କରିଛନ୍ତି । ତେବେ ବିବାହର କିଛି ବର୍ଷ ପରେ ଉଭୟଙ୍କ ମଧ୍ୟରେ ମତାନ୍ତର ହେବା ଯୋଗୁଁ ସ୍ୱାମୀ ବିରୁଦ୍ଧରେ କୋର୍ଟରେ କେସ୍ କରିଥିଲେ ସ୍ତ୍ରୀ । ଯାହାକି ଏବେ ମଧ୍ୟ ବିଚାରାଧୀନ ରହିଛି । କୋର୍ଟରେ ମାମଲା ପହଞ୍ଚିବା ପରଠାରୁ ସ୍ୱାମୀ ଓ ସ୍ତ୍ରୀ ଅଲଗା ରହି ଆସୁଛନ୍ତି ।  ହେଲେ ବର୍ତ୍ତମାନ ମହିଳା ଜଣକ ତାଙ୍କ ସ୍ୱାମୀ ପାଖରେ ରହିବାକୁ ଜିଦ ଧରି ବସିଲେ । ଯେଉଁଥିରେ ସ୍ବାମୀ ଅରାଜି ଅଟନ୍ତି । ଏହାକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା ଜଣାପଡିଛି ।