Odia News Portal

ଗୋଟିଏ ଘରୁ ମିଳିଲା ମା’-ପୁଅଙ୍କ ମୃତଦେହ

ଉମରକୋଟ : ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ମୂର୍ତୁମା ଗ୍ରାମରେ ଘଟିଛି ଏକ ଅଘଟଣ । ଗୋଟିଏ ଘରୁ ସନ୍ଦେହଜନକ ଭାବେ ମାଆ ଓ ପୁଅଙ୍କର ମୃତଦେହ ଉଦ୍ଧାର ହୋଇଛି । ମୃତ ମହିଳାଙ୍କ ସଂପର୍କୀୟ ଲୋକ ଏହା ଏକ ହତ୍ୟାକାଣ୍ଡ ବୋଲି ଉମରକୋଟ ଥାନାରେ ଅଭିଯୋଗ କରିଛନ୍ତି ।

ମିଳିଥିବା ସୂଚନା ମୁତାବକ , ଗୁରୁବାର ରାତିରେ ପରିବାରର ସମସ୍ତେ ଖାଇସାରି ଶୋଇଥିଲେ । ମଧ୍ୟରାତ୍ରିରେ ଉଭୟ ମାଆ ଓ ପୁଅ ରୂପାନି ଭତରା ( ୨୧)ଓ ପୁଅ ଫୁଲସିଂଙ୍କ(୭) ପେଟ ବ୍ୟଥା ହୋଇଥିଲା । ଏହାପରେ ପ୍ରଥମେ ପୁଅର ମୃତ୍ୟୁ ହୋଇଥିଲା ଓ ପରେ ମାଆର ମୃତ୍ୟୁ ହୋଇଥିଲା ।

ଗ୍ରାମବାସୀ ଖବର ପାଇ  ଘଟଣା ସ୍ଥଳରେ ପହଞ୍ଚିଥିଲେ । ମୃତ ମହିଳାଙ୍କ  ସଂପର୍କୀୟଙ୍କ  ପକ୍ଷରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ ଆଣି ଉମରକୋଟ ଥାନାରେ ଏକ ଏତଲା ଦିଆଯାଇଛି ।

ଘଟଣା ସ୍ଥଳରେ ଉମରକୋଟ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବା ବେଳେ , ଶବ ବ୍ୟବଚ୍ଛେଦ ପରେ ଜଣା ପଡ଼ିବ ବୋଲି ଉମରକୋଟ ତହସିଲଦାର ହିମାଞ୍ଚଳ ମାଝି କହିଛନ୍ତି ।