Odia News Portal

ଇଂଲଣ୍ଡ ୧୧୨, ଭାରତ ୩/୯୯

ଅହମ୍ମଦାବାଦ : ସ୍ପିନର ଅକ୍ଷର ପଟେଲଙ୍କ ଶାଣିତ ବୋଲିଂ ପରେ ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ ବଳରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଥିବା ସିରିଜ୍‌ର ତୃତୀୟ ଟେଷ୍ଟର ପ୍ରଥମ ଦିନରେ ଭାରତର ସ୍ଥିତି ମଜବୁତ ରହିଛି। ପ୍ରଥମ ଦିନରେ ଇଂଲଣ୍ଡ ୧୧୨ ରନରେ ଅଲଆଉଟ୍ ହେବା ପରେ ଭାରତ ପ୍ରଥମ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ୩ ଓ୍ଵିକେଟ୍ ବିନିମୟରେ ୯୯ ରନ କରିଛି। ଭାରତ ୧୩ ରନ ପଛରେ ଥିବା ବେଳେ ହାତରେ ଆଉ ୭ ଓ୍ଵିକେଟ୍ ରହିଛି। ରୋହିତ ଶର୍ମା ୫୭ ରନ ଏବଂ ଆଜିଙ୍କ୍ୟ ରାହାଣେ ୧ ରନ କରି ଅପରାଜିତ ଅଛନ୍ତି। ପ୍ରଥମ ଦିବସରେ 14ଟି ଓ୍ଵିକେଟର ପତନ ଘଟିଛି ।

ଭାରତୀୟ ବୋଲିଂର ମୁକାବିଲା କରିନ ପାରି ଇଂଲଣ୍ଡ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ଦିନର ଦ୍ଵିତୀୟ ସେସନରେ ୧୧୨ ରନରେ ଅଲଆଉଟ୍ ହୋଇଥିଲା। ଏହା ପରେ ଭାରତ ପ୍ରଥମ ଇନିଂସ ଆରମ୍ଭ କରିଥିଲା। ଦୁଇ ଓପନର ରୋହିତ ଶର୍ମା ଓ ଶୁବମାନ ଗିଲ୍ ପ୍ରଥମ ଓ୍ଵିକେଟ୍‌ରେ ୩୩ ରନ ଯୋଡିଥିଲେ। ଗିଲ୍(୧୧ ରନ) ଜୋଫ୍ରା ଆର୍ଚରଙ୍କ ବଲ୍‌ରେ ଆଉଟ୍ ହୋଇଥିଲେ। ଚେତେଶ୍ଵର ପୂଜାରା ଖାତା ଖୋଲିବା ପୂର୍ବରୁ ଚେତେଶ୍ଵର ପୂଜାରା ଜ୍ୟାକ୍ ଲିଚ୍‌ଙ୍କ ଶିକାର ହୋଇଥିଲେ।

ଏହା ପରେ ରୋହିତ ଶର୍ମା ଓ ଅଧିନାୟକ ବିରାଟ କୋହଲି ତୃତୀୟ ଓ୍ଵିକେଟ୍‌ରେ ୬୪ ରନ ଯୋଡି ଦଳର ସ୍ଥିତି ମଜବୁତ କରିଥିଲେ। ରୋହିତ ଶର୍ମା ଟେଷ୍ଟ କ୍ୟାରିୟରରେ ୧୨ ତମ ଅର୍ଦ୍ଧଶତକ ହାସଲ କରିଛନ୍ତି। ଖେଳର ଶେଷ ସମୟରେ ବିରାଟ କୋହଲି ୨୭ ରନ କରି ଜ୍ୟାକ୍ ଲିଚ୍‌ଙ୍କ ବଲ୍‌ରେ କ୍ଲିନ ବୋଲ୍ଡ ହୋଇ ପାଭିଲିୟନ ଫେରିଥିଲେ। ଦିନର ଖେଳ ଶେଷ ସୁଦ୍ଧା ଭାରତ ୩ ଓ୍ଵିକେଟ୍ ହରାଇ ୯୯ ରନ କରିଛି। ରୋହିତ ଶର୍ମା ୫୭ ରନ ଏବଂ ଆଜିଙ୍କ୍ୟ ରାହାଣେ ୧ ରନ କରି ଖେଳୁଛନ୍ତି।