Odia News Portal

ସ୍କୁଲ ମାନଙ୍କରେ ବଢିବ ମଧ୍ୟାହ୍ନ ଭୋଜନର ମାନ, ଆରମ୍ଭ ହେଲା କିଚେନ ଗାର୍ଡେନ କନସେପ୍ଟ

ଭୁବନେଶ୍ୱର() ରାଜ୍ୟର ସରକାରୀ ସ୍କୁଲ ମାନଙ୍କରେ ବଢିବ ମଧ୍ୟାହ୍ନ ଭୋଜନର ମାନ । ଏଣିକି ସ୍କୁଲ ପରିସରରେ ହେବ ପନିପରିବା ଚାଷ । ଉତ୍ପାଦିତ ପନିପରିବାରୁ ହିଁ ପ୍ରସ୍ତୁତ ହେବ ମଧ୍ୟାହ୍ନ ଭୋଜନ । ଏଥିପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି କିଚେନ ଗାର୍ଡେନ କନସେପ୍ଟ ।

ନୂଆ ଯୋଜନା ଅନୁସାରେ ରାଜ୍ୟର ୪୩ ହଜାର ସ୍କୁଲକୁ ୫ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯିବ । ଏଥିସହ ଜିଲ୍ଲା ଉଦ୍ୟାନ କୃଷି ବିଭାଗ ପକ୍ଷରୁ କିଟ୍ ପ୍ରଦାନ କରାଯିବ । ଏବେ ସ୍କୁଲ କର୍ତ୍ତୃପକ୍ଷ ସ୍କୁଲ ପରିସରରେ ପରିବା ଚାଷ କରିବେ, ସ୍କୁଲ ଖୋଲିଲେ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଏଥିରେ ସାମିଲ କରାଯିବ । ନୂତନ ଶିକ୍ଷା ନୀତି ଅନୁସାରେ, ଛାତ୍ରଛାତ୍ରୀଙ୍କୁ କୃଷି ଜ୍ଞାନ ପାଇବା ପାଇଁ ଏହା କରାଯାଇଛି । ମଧ୍ୟାହ୍ନ ଭୋଜନ ଅନ୍ତର୍ଗତ ଏହି ଯୋଜନାରେ ସ୍କୁଲ କର୍ତ୍ତୁପକ୍ଷ ଏବଂ ଛାତ୍ରଛାତ୍ରୀ ମିଶି ପନିପରିବା ଗଛ ଲଗାଇବେ ।