Odia News Portal

ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନକୁ ନିଆରା ଢଙ୍ଗରେ ପାଳିଲେ ବିଜୁ ଯୁବ ଜନତା ଦଳ

ଭୁବନେଶ୍ୱର() ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନକୁ ନିଆରା ଢଙ୍ଗରେ ପାଳିଲେ ବିଜୁ ଯୁବ ଜନତା ଦଳ । ନବୀନ ପଟ୍ଟନାୟକଙ୍କ ଜନ୍ମ ଦିବସ ଅବସରରେ ବିଜେଡି ରାଜ୍ୟ କାର୍ୟ୍ୟାଳୟରେ ବିଜୁ ଯୁବ ଜନତା ଦଳ ଓ ଓଡିଶା ମୋ ପରିବାର ପକ୍ଷରୁ ଜୀବନ ବିନ୍ଦୁ କାର୍ୟ୍ୟକ୍ରମର ଆୟୋଜନ କରାଯାଇଛି । ଏହାସହ ମାଷ୍ଟର କ୍ୟାଣ୍ଟିନ ଛକରେ ମାସ୍କ ବଣ୍ଟନ ଓ ଜନ ସଚେତନତାର କାର୍ୟ୍ୟକ୍ରମ ଆୟୋଜିତ ହୋଇଛି ।

ଓଡ଼ିଶା ବିଜୁ ଯୁବ ଜନତା ଦଳ ପକ୍ଷରୁ ରକ୍ତଦାନ କରାଯାଇଛି । ଯେଉଁଠିକି ବହୁସଂଖ୍ୟକ ଉତ୍ସାଇ ଯୁବକମାନେ ସ୍ୱଚ୍ଛ ପ୍ରବୃତ ଭାବେ ରକ୍ତଦାନ କରିଛନ୍ତି । ଯୁବ ଜନତା ଦଳ , ଓଡିଶା ମୋ ପରିବାର ଏବଂ ଓଡ଼ିଶା ବ୍ଲଡ ବ୍ୟାଙ୍କର ମିଳିତ ସହଯୋଗରେ ରକ୍ତଦାନ ଚାଲିଛି । ତେବେ ଯୁବ ପିଢିକୁ ଉତ୍ସାହିତ କରିବାକୁ ମନ୍ତ୍ରୀ ଅଶୋକ ପଣ୍ଡା ମଧ୍ୟ ଯୋଗ ଦେଇଛନ୍ତି ।

ଆପଣଙ୍କୁ କହି ରଖୁଛୁ ଯେ, ଆଜି ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୫ତମ ଜନ୍ମଦିନ । କିନ୍ତୁ କୋଭିଡ଼ ସଂକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ତାଙ୍କ ଜନ୍ମ ଦିନ ପାଳି ନାହାଁନ୍ତି ।