Odia News Portal

ଆକାଶରେ ଦେଖାଗଲା ତିନିଟି ସୂର୍ଯ୍ୟ

ଚଳିତ ସପ୍ତାହରେ ଚୀନର ତୁକିଆଙ୍ଗ ପ୍ରଦେଶ ଅନ୍ତର୍ଗତ ମୋହେ ସହର ଆକାଶରେ ସକାଳେ ଏକକାଳୀନ ତିନିଟି ସୂର୍ଯ୍ୟ ଦେଖାଯିବା ସହରବାସୀଙ୍କୁ ଆଶ୍ଚର୍ଯ୍ୟ କରିବା ସହ ତମାମ ଆଲୋଚନାର ବିଷୟ ପାଲଟିଛି । ସକାଳ ସାଢେ଼ ୬ଟାରୁ ୯ଟା ଯାଏ ରହିଥିବା ଏହି ମହାଜାଗତିକ ଦୃଶ୍ୟରେ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବାରେ ଲାଗିଛି । ଜଣେ ମୋହେ ସହରବାସୀ ଛାଡ଼ିଥିବା ଏହି ଭିଡିଓରେ ନୀଳ ଆକାଶରେ ବାସ୍ତବ ସୂର୍ଯ୍ୟର ଦୁଇ ପାଶ୍ୱର୍ରେ ଏକ ସରଳରେଖାରେ ଅବସ୍ଥିତ ଦୁଇଟି ଆଭାସୀ ସୂର୍ଯ୍ୟ ଜାଜୁଲ୍ୟମାନ ହେଉଥିବା ଦେଖାଯାଇଛି । ତେବେ ଏ ପ୍ରକାର ଅସ୍ୱାଭାବିକ ଦୃଷ୍ଟିଭ୍ରାନ୍ତି ଆଣିଥିବା ପ୍ରାକୃତିକ ପ୍ରକି୍ରୟାକୁ ‘ସନଡଗ’ କୁହାଯାଏ ଯାହା କି ସାଧାରଣତଃ ସୂର୍ଯ୍ୟ ବଳୟରେ ହିଁ ଦୃଶ୍ୟମାନ ହୋଇଥାଏ । ବାୟୁ କଣାରେ ଝୁଲି ରହିଥିବା ତୁଷାର ସ୍ଫଟିକ ଦେଇ ସୌରରଶ୍ମି ଅତିକ୍ରମ କଲା ବେଳେ ଏଭଳି ପ୍ରାକୃତିକ ପ୍ରକି୍ରୟା ସମ୍ପନ୍ନ ହୋଇଥାଏ ବୋଲି ବିଜ୍ଞାନ ପତି୍ରକା ଲାଇଭ ସାଇନ୍ସରେ କୁହାଯାଇଛି । ବିଶେଷ କରି ସୂର୍ଯ୍ୟାଲୋକ ଗୋଟିଏ ଥାଳିଆ ଆକୃତିର ତୁଷାର ସ୍ଫଟିକ ଖଣ୍ଡରୁ ନିର୍ଗତ ହୋଇ ତାହଳା ୬୦ ଡିଗ୍ରି କୋଣରେ ଆନତ ଅନ୍ୟ ଏକ ଅନୁରୂପ ତୁଷାର ସ୍ଫଟିକରେ ଆପତିତ ହେଲେ ଏଭଳି ପ୍ରଭାମଣ୍ଡ ସୃଷ୍ଟି ହୁଏ ବୋଲି ନାସା କହିଛି ।