ବାଧ୍ୟତାମୂଳକ ଅବସର ନେବେ ୫୦ ବର୍ଷରୁ ଅଧିକ ବୟସର ପୋଲିକର୍ମୀ

ଦୁର୍ନୀତିଗ୍ରସ୍ତ ପୋଲିସ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦେବା ପାଇଁ ଉତ୍ତରପ୍ରଦେଶର ଯୋଗୀ ସରକାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଡିଜିପି ହେଡକ୍ୱାର୍ଟରେ ଏଭଳି କୁଖ୍ୟାତ ପୋଲିସର ତାଲିକା ପଠାଇବାକୁ ସମସ୍ତ ପୋଲିସ ୟୁନିଟ୍, ଆଇଜି ରେଞ୍ଜ ଓ ଏଡିଜିଙ୍କୁ ଚିଠି ଲେଖିଛନ୍ତି । ୩୧ ମାର୍ଚ୍ଚ ୨୦୨୦କୁ ୫୦ ବର୍ଷ ବୟସ ହୋଇସାରିଥିବା ପୋଲିସ କର୍ମଚାରୀଙ୍କ ସ୍କ୍ରିିନିଂ ପାଇଁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି । କନେଷ୍ଟବଳଠାରୁ ଆରମ୍ଭ କରି ଇନ୍ସପେକ୍ଟର ପର୍ଯ୍ୟନ୍ତ, ପୋଲିସଚ କର୍ମୀଙ୍କୁ ବାଧ୍ୟତାମୂଳକ ଅବସର ପାଇଁ ସ୍କିଂନିଂ କରାଯିବ । ଏହା ସହ ୩୧ ମାର୍ଚ୍ଚ ୨୦୨୦କୁ ଯେଉଁ ପୋଲିସ କର୍ମୀଙ୍କୁ ୫୦ ବର୍ଷ ବୟସ ପୂରି ସାରିଛି, ସେମାନଙ୍କୁ ଛଟେଇ କରାଯିବ ।

Share

Leave a Reply

Your email address will not be published. Required fields are marked *