Odia News Portal

ପୂର୍ବ ଭାରତର ଏକମାତ୍ର ବିଶ୍ୱବିଦ୍ୟାଳୟ ଭାବେ ସୋଆକୁ କ୍ୟୁଏସ୍ ଆଇ-ଗଜ୍ ଡାଇମଣ୍ଡ ରେଟିଂ ସମ୍ମାନ

ଭୁବନେଶ୍ୱର()  ଚଳିତବର୍ଷ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍ ର‌୍ୟାଙ୍କିଂ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ର‌୍ୟାଙ୍କିଙ୍ଗରେ ଦେଶର ୨୦ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ସ୍ଥାନ ପାଇଥିବା ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟ) ହାସଲ କରିଛି ଆଉ ଏକ ସଫଳତା । ପୂର୍ବ ଭାରତରେ ଏକମାତ୍ର ବିଶ୍ୱବିଦ୍ୟାଳୟ ଭାବେ ସାମଗ୍ରିକ ଭାବେ କ୍ୟୁଏସ୍ ଆଇ-ଗଜ୍ ‘ଡାଇମଣ୍ଡ ରେଟିଂ’ ସମ୍ମାନ ମିଳିଛି ସୋଆକୁ ।
ବିଭିନ୍ନ ପର୍ଯ୍ୟାୟରେ ସୋଆର ପାରଦର୍ଶିତାକୁ ଅନୁଶୀଳନ କରାଯିବା ସହ ସ୍ୱତନ୍ତ୍ର ଭାବେ ତଥ୍ୟ ସଂଗ୍ରହ କରାଯାଇ ଏହି ର‌୍ୟାଙ୍କିଙ୍ଗ ପ୍ରଦାନ କରାଯାଇଥିବା ସୂଚନା ଦେଇଛନ୍ତି କ୍ୟୁଏସ୍ ଆଇ-ଗଜ୍‌ର ନିର୍ଦ୍ଦେଶକ (ଗ୍ରାହକ ସମ୍ପର୍କ) ଶ୍ରୀ ଶୁଭାୟୁ ନାୟକ ।

ଶିକ୍ଷା ପ୍ରଦାନ ଓ ଗ୍ରହଣ, ନିଯୁକ୍ତି, ସୁବିଧା ସୁଯୋଗ, ସାମାଜିକ ଦାୟିତ୍ୱ, ଗବେଷଣା ଓ ମାନ୍ୟତା ଏଭଳି ୬ଟି ମାପଦଣ୍ଡରେ ଗୁରୁବାର ଦିନ ଏକ ଭର୍ଚୁଆଲ୍ କାର୍ଯ୍ୟକ୍ରମରେ କ୍ୟୁଏସ୍ ଆଇ-ଗଜ୍ ପକ୍ଷରୁ ସୋଆକୁ ଏହି ‘ଡାଇମଣ୍ଡ ରେଟିଙ୍ଗ୍‌’ ପ୍ରଦାନ କରାଯାଇଛି ।

କ୍ୟୁଏସ୍ ଆଇ-ଗଜ୍ ଏପରି ଏକ ରେଟିଙ୍ଗ୍ ବ୍ୟବସ୍ଥା ଯେଉଁଥିରେ ଭାରତର ବିଶ୍ୱବିଦ୍ୟାଳୟ ଓ କଲେଜ ସ୍ତରରେ ବିଭିନ୍ନ ମାପଦଣ୍ଡକୁ ଆଧାର କରି ସମ୍ମାନ ପ୍ରଦାନ କରାଯାଇଥାଏ । ଏହା ଶିକ୍ଷାନୁଷ୍ଠାନ ଗୁଡ଼ିକର ପାରଦର୍ଶିତାକୁ ବୃଦ୍ଧି କରାଇବା ସହ ଶିକ୍ଷା ପ୍ରଦାନ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ସାହାଯ୍ୟ କରିଥାଏ ।

ପୂର୍ବରୁ କୋଭିଡ-୧୯ ମହାମାରୀ ପରିପ୍ରେକ୍ଷୀରେ ଇ-ଲର୍ଣ୍ଣିଂ ଏବଂ ଅନଲାଇନ ଶିକ୍ଷାଦାନ କ୍ଷେତ୍ରରେ ଉତ୍କର୍ଷତା ନିମନ୍ତେ ସୋଆକୁ ପୂର୍ବ ଭାରତରେ ଏକମାତ୍ର ବିଶ୍ୱବିଦ୍ୟାଳୟ ଭାବେ କ୍ୟୁଏସ୍ ଆଇଗଜର ଏକ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ ଉତ୍ସବରେ ଇ-ଲର୍ଣ୍ଣିଂ ଏକ୍ସିଲେନ୍ସ ଫର ଏକାଡେମିକ ଡିଜିଟାଇଜେସନ (ଇ-ଲିଡ) ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା ।