Odia News Portal

ସିବିଆଇ ହେଉଛି ବିଜେପିର କଣ୍ଡେଇ

ଭୁବନେଶ୍ୱର()  ସିବିଆଇ ହେଉଛି ବିଜେପିର କଣ୍ଡେଇ ।  ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କ ସରକାରୀ ଓ ପୈତୃକ ବାସଭବନ ସମେତ ମୋଟ ୮ଟି ସ୍ଥାନରେ ଗତକାଲି ଚଢଉ ପରେ ଏଭଳି କହିଛନ୍ତି କଂଗ୍ରେସ ବିଧୟକ ତାରାପ୍ରସାଦ ବାହିନୀପତି ।

ଏହାଛଡ଼ା ସେ କହିଛନ୍ତି ଯେ, ଦୀର୍ଘ ୭ ବର୍ଷ ସିବିଆଇ  କେଉଁଠି ଥିଲା ।  ସିବିଆଇ ବିଜେପିର କଣ୍ଡେଇ । ରେଡ ସବୁ  ଲୋକ ଦେଖାଣିଆ ।    ବିଜେପି ଓ ବିଜେଡି ଗୋଟିଏ । ନିର୍ବାଚନବେଳେ ଅଲଗା ଦେଖେଇ ହୁଅନ୍ତି । ଏବେ କେବଳ ଚିଟଫଣ୍ଡ ଉପରେ ରାଜନୀତି ହେଉଛି । କିଛି ଫାଇଦା ନାହିଁ ବୋଲି ତାରା କହିଛନ୍ତି ।

ଗତକାଲି ସିବିଆଇ ରେଡ ନେଇ ତାରା କହିଥିଲେ ଯେ, ନିର୍ବାଚନ  ପାଇଁ ସିବିଆଇ ଏହି ରେଡ କରିଛି ।  ଆଗକୁ ହେବାକୁ ଥିବା ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପରିପ୍ରେକ୍ଷୀରେ ସିବିଆଇ ଏଭଳି ରେଡ କରିଛି ।   ଆଗରୁ ସିବିଆଇ କୁଆଡେ଼ ଯାଇଥିଲା ବୋଲି ତାରା ପ୍ରଶ୍ନ କରିଥିଲେ ।   ବିଜେପିର ଅନୁମତି  ନେଇ ସିବିଆଇ ଏଭଳି ଡ୍ରାମା କରୁଛି । ଏଥିରେ କିଛି ଲାଭ ହେବା ନାହିଁ ବୋଲି ତାରା  ବାହିନୀପତି କହିଥିଲେ ।