Odia News Portal

ଅନୁମତି ନେଇ ସିବିଆଇ ଡ୍ରାମା କରୁଛି

ଭୁବନେଶ୍ୱର()  ଦୀର୍ଘଦିନ ଧରି ଚୁପ ବସିଥିବା ସିବିଆଇ ପୁଣି ଥରେ ସକ୍ରିୟ ହୋଇଉଠିଛି । ସି-ସୋର ଚିଟଫଣ୍ଡ  ମାମଲାର ତଦନ୍ତ କରୁ୍ଥିବା ସିବିଆଇ ପୁଣି  ତନାଘନା ଆରମ୍ଭ କରିଛି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ସିବିଆଇ ବିଜେଡିର ଜଣେ ଆଗ ଧାଡ଼ିର ନେତାଙ୍କ ଘରେ ଚଢଉ କରିଛି । ସମ୍ପୃକ୍ତ ବିଜେଡି ନେତା ଜଣକ ହେଲେ ଦେବୀ ମିଶ୍ର ।  ଭୁବନେଶ୍ୱରସ୍ଥ ୟୁନିଟ-୧ ସ୍ଥିତ ତାଙ୍କ ଘରେ ସିବିଆଇ ଚଢଉ କରି ସି-ସୋର ଚିଟଫଣ୍ଡ ଲିଙ୍କର ଖୋଳତାଡ଼ କରୁଛି ।

ତେବେ ନିର୍ବାଚନ  ପାଇଁ ସିବିଆଇ ଏହି ରେଡ କରିଛି ।  ଆଗକୁ ହେବାକୁ ଥିବା ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପରିପ୍ରେକ୍ଷୀରେ ସିବିଆଇ ଏଭଳି ରେଡ କରିଛି ବୋଲି  କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି  କହିଛନ୍ତି ।  ଖାଲି ସେତିକି ନୁହେଁ, ଆଗରୁ ସିବିଆଇ କୁଆଡେ଼ ଯାଇଥିଲା ବୋଲି ତାରା ପ୍ରଶ୍ନ କରିଛନ୍ତି ।  ବିଜେପିର ଅନୁମତି  ନେଇ ସିବିଆଇ ଏଭଳି ଡ୍ରାମା କରୁଛି । ଏଥିରେ କିଛି ଲାଭ ହେବା ନାହିଁ ବୋଲି ତାରା  ବାହିନୀପତି କହିଛନ୍ତି ।