Odia News Portal

ସ୍ୱାସ୍ଥ୍ୟକର୍ମୀଙ୍କୁ ମିଳିବ ୧ କୋଟି କରୋନା ଡୋଜ

ନୂଆଦିଲ୍ଲୀ () ୮ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କରୋନା ଭାଇରସ ଦ୍ୱାରା ସର୍ବାଧିକ ପ୍ରପୀଡିତ ୮ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ମୋଦି ବୈଠକ କରିବେ । କରୋନାକୁ ସଫଳ ଭାବରେ ମୁକାବିଲା କରିବା ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ଏହି ବୈଠକ ଅନୁଷ୍ଠିତ ହେବ । ଏହି ବୈଠକ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଦିନ ୧୨ ଟାରେ କରାଯିବ ବୋଲି ଜଣାପଡିଛି । ସୂଚନା ମୁତାବକ ଏହି ବୈଠକରେ ବର୍ତ୍ତମାନ କରେନାର ସ୍ଥିତି ଉପରେ ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ । ଏହାସହ କରୋନା ଟିକା ବିତରଣ ନେଇ କିଭଳି ଋଣନୀତି ପ୍ରସ୍ତୁତ କରାଯିବ ତାହା ଉପରେ ବିଶେଷ ଭାବେ ଆଲୋଚନା ହେବ ।
ତେବେ ପ୍ରାରମ୍ଭିକ ଭାବରେ କରୋନା ଟୀକା କେବଳ ସ୍ୱାସ୍ଥ୍ୟ କର୍ମୀଙ୍କୁ ପ୍ରଦାନ କରାଯିବ । ସ୍ୱାସ୍ଥ୍ୟ କର୍ମୀଙ୍କ ନିମନ୍ତେ ପ୍ରାୟ ୧ କୋଟି ଡୋଜ ପ୍ରସ୍ତୁତ ରହିଛି । ଏ ନେଇ ସରକାରଙ୍କ ପକ୍ଷରୁ ସମସ୍ତ ସ୍ୱାସ୍ଥ୍ୟ କର୍ମୀ ଏବଂ ଅଙ୍ଗନବାଡି କର୍ମୀଙ୍କର ଏକ ଡାଟା ବେସ ପ୍ରସ୍ତୁତ କରାଯାଇଛି । ଏହି ଡାଟା ବେସ ଅନୁଯାୟୀ ଟିକାକରଣ କରାଯିବ । କିଛିଦିନ ହେବ ଦେଶରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୫୦ ହଜାର ତଳେ ରହୁଥିବା ବେଳେ କିଛି ରାଜ୍ୟରେ କିନ୍ତୁ ସ୍ଥିତି ବିଗିଡିବାରେ ଲାଗିଛି ।
ଏହାକୁ ନଜରରେ ରଖି କିଛି ସହରରେ ରାତ୍ରୀକାଳିନ କଫ୍ୟୁ ବି ଲଗାଯାଇଥିବା ଦେଖିବାକୁ ମିଳିଛି । କେନ୍ଦ୍ରସରକାରଙ୍କ ତରଫରୁ କରୋନା ଟିକା ଆସିବା ପୂୁର୍ବରୁ କାହାକୁ ଏହି ଟିକା ପ୍ରଥମେ ପ୍ରଦାନ କରାଯିବ, କେଉଁ ରାଜ୍ୟକୁ କେତେ ଟିକା ବିତରଣ କରାଯିବ , ଟିକାର ଦାମ କେତେ ରହିବ , କେଉଁ ବର୍ଗର ଲୋକଙ୍କୁ ମାଗଣା ଟିକା ବଣ୍ଟାଯିବ ତାହା ଉପରେ ପ୍ରସ୍ତୁତି ଜାରି ରହିଛି ।