Odia News Portal

ଅନୁପ ସାଏଙ୍କୁ ଜାମିନ

ଝାରସୁଗୁଡ଼ା()  ସମ୍ପ୍ରତି ଛତିଶଗଡ଼ ଜିଲ୍ଲା ରାୟଗଡ଼ କାରାଗାରରେ ଥିବା ପୂର୍ବତନ ବ୍ରଜରାଜନଗର ବିଧାୟକ ଅନୁପ କୁମାର ସାଏଙ୍କୁ ଛତିଶଗଡ଼ ହାଇକୋର୍ଟ ଅନ୍ତରୀଣ ଜାମିନ ମଞ୍ଜୁର କରିଛନ୍ତି । ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ହାଇକୋର୍ଟ ତାଙ୍କୁ ୨୫ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ୨ ମାସ ପାଇଁ ଜାମିନ ପ୍ରଦାନ କରିଥିବା ଜଣାଯାଇଛି ।

ସୂଚନା ଯୋଗ୍ୟ ଯେ, ୨୦୧୬ ମସିହାରେ ଏକ ହତ୍ୟା ମାମଲାରେ ରାୟଗଡ଼ ପୁଲିସ ଗତ ଫେବୃୟାରୀ ୧୩ ତାରିଖରେ ବ୍ରଜରାଜନଗରରୁ ତାଙ୍କୁ ଗିରଫ କରିଥିଲା । କୋର୍ଟ ଚାଲାଣ ପରେ ତାଙ୍କୁ ରାୟଗଡ଼ କାରଗାରକୁ ପଠାଇ ଦିଆଯାଇଥିଲା । ସେପ୍ଟେମ୍ବର ତୃତୀୟ ସପ୍ତାହରେ ଛାତିରେ ଯନ୍ତ୍ରଣା ହେବାରୁ ସେଠାକାର ଏକ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ପରେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ । ବର୍ତ୍ତମାନ ସେ କରୋନାମୁକ୍ତ ହୋଇଥିଲେ ମଧ୍ୟ ହୃଦରୋଗରେ ପୀଡ଼ିତ ହୋଇଛନ୍ତି । ସେଥିପାଇଁ ତାଙ୍କୁ ଜାମିନ ମଞ୍ଜୁର କରାଯାଇଛି । ଜାମିନ ଅବଧି ଶେଷ ହେବା ମାତ୍ରେ ନଭେମ୍ବର ୨୬ ତାରିଖ କୋର୍ଟରେ ହାଜର ହେବାକୁ ଶ୍ରୀ ସାଏଙ୍କୁ ନିଦେ୍ର୍ଧଶ ଦିଆଯାଇଥିବା ଜଣାଯାଇଛି ।