Odia News Portal

ନ୍ୟାୟ ମାଗୁଛନ୍ତି ସାଂସଦ ଚନ୍ଦ୍ରାଣୀ ମୁର୍ମୁ

ଭୁବନେଶ୍ୱର () ଜଣେ ମହିଳା ଲୋକ ପ୍ରତିନିଧିଙ୍କ ମିଛ ଓ ଅଶ୍ଳୀଳ ଭିଡିଓ ଭାଇରାଲ ଘଟଣାରେ ପୋଲିସ ଓଟିଭିର ଜଣେ ସାମ୍ବାଦିକଙ୍କୁ ଗିରଫ ଘଟଣାରେ ମୁହଁ ଖୋଲିଛନ୍ତି ସାଂସଦ ଚନ୍ଦ୍ରାଣୀ ମୁର୍ମୁ । ଗତ ନିର୍ବାଚନ ପୂର୍ବରୁ ତାଙ୍କର ଏକ ମିଛ ଭିଡିଓ ଭାଇରାଲ ହୋଇଥିଲା। ସେ ଜଣେ ଆଦିବାସୀ ଓ ଅବିବାହିତା ମହିଳା ହୋଇଥିବା ବେଳେ ତାଙ୍କୁ ମାନସିକ ସ୍ତରରେ ଓଟିଭି ଓ ଅନ୍ୟକିଛି ବ୍ୟକ୍ତି ନିର୍ଯ୍ୟାତନା ଦେଉଥିବା ସେ ଅଭିଯୋଗ କରିଛନ୍ତି। ଏକ ଭିଡିଓ ବିବୃତିରେ ସେ ଏହି ଅଭିଯୋଗ କରିଛନ୍ତି ।

ସେ ଜଣେ ଆଦିବାସୀ ସାଂସଦ ଏବଂ ମନ୍ଦ ଉଦେଶ୍ୟ ରଖି ତାଙ୍କ ଭିଡିଓ ଜାରି କରାଯାଇଥିଲା । ଏହି ମାମଲାରେ ଓଟିଭି ଏବଂ ବୈଜୟନ୍ତ, ଜାଗି ଅଭିଯୁକ୍ତ ସାମ୍ବାଦିକଙ୍କୁ ସୁରକ୍ଷା ଦେବାକୁ ଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି । ମିଛ ଓ ଅଶ୍ଲୀଳ ଭିଡିଓ ଭାଇରାଲ କରୁଥିବା ବ୍ୟକ୍ତିଙ୍କୁ ପୋଲିସ ପ୍ରଶ୍ନ କରୁଥିବା ବେଳେ ଓଟିଭି ଏହାକୁ ସାମ୍ବାଦିକଙ୍କ ଉପରେ ସରକାରଙ୍କ ଆକ୍ରମଣ ବୋଲି ଚିତ୍ରିତ କରୁଛି ବୋଲି ସେ କହିଛନ୍ତି ।

ତେବେ ଜାଗୀ ଓ ଜୟଙ୍କ ଦିଲ୍ଲୀରେ କ୍ଷମତାଶାଳୀ ଲୋକଙ୍କ ସହ ବନ୍ଧୁତା ରହିଛି । ସେଇଥିପାଇଁ ଜାତୀୟ ଗଣମାଧ୍ୟମରେ ଓଟିଭି ସାମ୍ବାଦିକ ରମେଶ ରଥଙ୍କ ଉପରେ କାର୍ଯ୍ୟାନୁଷ୍ଠାନକୁ ମିଡିଆ ଉପରେ ଆକ୍ରମଣ ବୋଲି କହୁଛନ୍ତି । ଆଉ ଚନ୍ଦ୍ରାଣୀ ପ୍ର୍ରଶ୍ନ କରିଛନ୍ତି, ମୋ ସ୍ଥାନରେ ଯଦି ଆପଣଙ୍କ ପରିବାରର କୌଣସି ଝିଅଙ୍କ ଏଭଳି ମିଛ ଓ ଅଶ୍ଳୀଳ ଭିଡିଓ ଭାଇରାଲ ହୋଇଥାନ୍ତା ତେବେ କଣ ସେ ଏମିତି ସୁରକ୍ଷା ଦେଇଥାନ୍ତେ କି ବୋଲି ଚନ୍ଦ୍ରାଣୀ ପ୍ରଶ୍ନ କରିଛନ୍ତି।  କଣ କହିଛନ୍ତି ଚନ୍ଦ୍ରାଣୀ ଶୁଣନ୍ତୁ …