Odia News Portal

କରୋନା ଆକ୍ରାନ୍ତଙ୍କ କ୍ଷେତ୍ରରେ ହୃଦରୋଗ ସମସ୍ୟା ବଢିପାରେ

ଭୁବନେଶ୍ବର()  କରୋନାରେ ଅଧିକ ପ୍ରଭାବିତ ହେଉଛନ୍ତି ମଧୁମେହରେ ପୀଡିତ ରୋଗୀ ଓ ହୃଦରୋଗୀ । ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ଆକ୍ରାନ୍ତ ହୃଦରୋଗୀଙ୍କୁ ଡାକ୍ତର ମହେନ୍ଦ୍ର ତ୍ରିପାଠୀ ପରାମର୍ଶ ଦେଇ କହିଛନ୍ତି ଯେ, ‘ କରୋନା ଆକ୍ରାନ୍ତଙ୍କ କ୍ଷେତ୍ରରେ ହୃଦରୋଗ ସମସ୍ୟା ବଢିପାରେ । କରୋନାରେ ରକ୍ତ ଜମାଟ ବାନ୍ଧିବା ସମ୍ଭାବନା ଥିବାରୁ ହୃଦରୋଗୀଙ୍କ ସମସ୍ୟା ବଢିଥାଏ । କରୋନା ଆକ୍ରାନ୍ତ ହୃଦରୋଗ ସମ୍ପର୍କିତ ଲକ୍ଷଣକୁ ଧ୍ୟାନ ଦେବା ଉଚିତ୍ । ଯେଉଁମାନଙ୍କର ପେସ୍ ମେକର ଲାଗିଛି, ସାମାନ୍ୟ କରୋନାରେ ଭୟ ନାହିଁ । ସିଭିୟର କରୋନା ଥିଲେ, ହୃଦ ସ୍ପନ୍ଦନ ବଢିଯିବାର ସମ୍ଭାବନା ଅଛି । ମୁଣ୍ଡ ବୁଲାଇବା ଲକ୍ଷଣ ଦେଖିଲେ ସେମାନେ ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ । ବାଇପାର୍ସ ସର୍ଜରୀ ପରେ ସୁସ୍ଥ ଥିବା ବ୍ୟକ୍ତି ହୋମ୍ ଆଇସୋଲେସନରେ ରହିପାରିବେ ।’

ତେବେ କରୋନା ଆକ୍ରାନ୍ତଙ୍କ ଡାଇଲିସି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସ୍ୱାସ୍ଥ୍ୟ ବିଭାଗ ବୈଷୟିକ ପରାମର୍ଶଦାତା ଡାକ୍ତର ଜୟନ୍ତ ପଣ୍ଡା ସୂଚନା ଦେଇ କହିଛନ୍ତି ଯେ, ‘ ସମସ୍ତ କୋଭିଡ ହସ୍ପିଟାଲରେ ସ୍ୱତନ୍ତ୍ର ଡାଇଲିସିସ ବ୍ୟବସ୍ଥା କରାଯାଇଛି । ହୋମ୍ ଆଇସୋଲେସନରେ ରହୁଥିବା ରୋଗୀ ଡାକ୍ତରଙ୍କ ପରାମର୍ଶରେ ଅକ୍ସିଜେନ୍ ନେଇପାରିବେ । ଲକ୍ଷଣ ନଥିଲେ, ରୋଗୀ ଗୁରୁତର ନଥିଲେ, ଘରେ ରହି ଚିକିତ୍ସା ହୋଇପାରିବେ । ଜ୍ୱର, କାଶ ବଢିଲେ, ପତଳା ଝାଡା ହେଲେ କୋଭିଡ ହସ୍ପିଟାଲ ଯାଇପାରିବେ । ୧୦୪କୁ ଫୋନ୍ କରି କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର ହୋଇପାରିବେ ଚାଷୀ । ଛୋଟ ଛୋଟ ସମସ୍ୟା ଥିଲେ ହସ୍ପିଟାଲ ଆସନ୍ତୁ ନାହିଁ, ରିସ୍କ ବଢିପାରେ । ଗର୍ଭବତୀ ମହିଳା ଓ ଛୋଟ ପିଲାଙ୍କୁ ଟିକା ଦେବା ବନ୍ଦ କରନ୍ତୁ ନାହିଁ । ଟିକା ନେବା ଦ୍ୱାରା ଛୁଆର ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । ଗ୍ରାମାଞ୍ଚଳରେ ରହୁଥିବା ଲୋକେ ମନଇଛା କରୋନା ମେଡିସିନ୍ ଖାଉଛନ୍ତି । ମନଇଛା ମେଡିସିନ ଖାଇବା ବିପଜ୍ଜନକ ହୋଇପାରେ ।’