Odia News Portal

ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ

କଟକ()  ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ । ଏସ୍‌ସିବିରେ ଚିକିତ୍ସାଧୀନ ଅବସ୍ଥାରେ ତାହାର ମୃତ୍ୟୁ ହୋଇଥିବା ସୂଚନା ମଳିିଛି ।ତେବେ ଜଗାର ସ୍ୱାସ୍ଥ୍ୟବସ୍ଥା ଭଲ ଥିବ କଥା ସୂଚନା ମିଳିଛି ।

ଯୋଡମୁଣ୍ଡ ଶିଶୁ ଜଗା କାଳିଆଙ୍କର ଦିଲ୍ଲୀ ସ୍ଥିତ ଏମ୍‌ସ୍‌ରେ ଅସ୍ତ୍ରୋପଚାର କରାଯାଇଥିଲା । ସଫଳ ଭାବେ ଦୁଇ ଜଣଙ୍କୁ ଅଲଗା କରାଯାଇଥିଲା । ଜଗା ଅସ୍ତ୍ରୋପଚାର ପରେ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଥିବା ବେଳେ କାଳିଆ ସାମାନ୍ୟ ଅସୁସ୍ଥ ରହିଥିଲା ।

ପରେ ଡାକ୍ତରୀ ଟିମ୍‌ର ପରାମର୍ଶ କ୍ରମେ ସେମାନଙ୍କୁ ଜଗା କାଳିଙ୍କୁ କଟକ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ।

ସୂଚନାଯୋଗ୍ୟ ୧୨୫ଜଣ ଡାକ୍ତର ଓ ପାରା ମେଡିକାଲ ଷ୍ଟାଫ୍‌ ଏହି ଅତି ଜଟିଳ ଅପରେସନ କରିଥିଲେ । ତେବେ ଦୁଇଟି ପର୍ଯ୍ୟାୟରେ ଜଗା-କାଳିଆଙ୍କ ମୁଣ୍ଡ ଅଲଗା ହୋଇଥିଲା । ୨୦୧୭ ଅଗଷ୍ଟ ୨୮ ତାରିଖରେ ପ୍ରଥମ ପର୍ଯ୍ୟାୟ ଅପରେସନ ହୋଇଥିଲା । ଏଥିରେ କାଳିଆ ମୁଣ୍ଡରେ ଭେନସ୍‌ ବାଇପାସ୍‌ ସୃଷ୍ଟି କରାଯାଇଥିଲା । ସେପଟେ ଜଗା ମସ୍ତିଷ୍କକୁ ଆଂଶିକ ଅଲଗା କରାଯାଇଥିଲା । ଲଗାତର ୨୫ଘଣ୍ଟା ପାଇଁ ଏହି ଅପରେସନ ଚାଲିଥିଲା । ପରେ ୨୦୧୭ ଅକ୍ଟୋବର ୨୫ ତାରିଖରେ ୨୦ଘଣ୍ଟା ଧରି ଦ୍ୱିତୀୟ ପର୍ଯ୍ୟାୟ ଅପରେସନ ହୋଇଥିଲା । ଏଥିରେ ସମ୍ପୂର୍ଣ୍ଣ ଭାବେ ଉଭୟଙ୍କ ଯୋଡ଼ା ମୁଣ୍ଡକୁ ଅଲଗା କରାଗଲା । ଏହା ପରେ ଚୂଡାନ୍ତ ଅପରେସନ ହୋଇଥିଲା ।