Odia News Portal

କ୍ରାଇମବ୍ରାଞ୍ଚ ତଦନ୍ତକୁ ପରୀ ମା’ଙ୍କ ସ୍ୱାଗତ

ଭୁବନେଶ୍ୱର()  ନୟାଗଡ ଯଦୁପୁର ‘ପରୀ’ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ହେବ । କ୍ରାଇମବ୍ରାଞ୍ଚ ତଦନ୍ତ ନିଷ୍ପତ୍ତି ନେଇ ଗୃହରେ ବିବୃତି ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । କ୍ରାଇମବ୍ରାଞ୍ଚ ତଦନ୍ତକୁ ସ୍ୱାଗତ ଜଣାଇଛନ୍ତି ‘ପରୀ’ଙ୍କ ମା’ ସୈ।ଦାମିନି । ସେ କହିଛନ୍ତି ଯେ, ‘ନିରପେକ୍ଷ ତଦନ୍ତ ହେଲେ ଦୋଷୀ ନିଶ୍ଚିତ ଧରାପଡିବ । କ୍ରାଇମବ୍ରାଞ୍ଚ ତଦନ୍ତ ସଫଳ ନହେଲେ ସିବିଆଇର ଦ୍ୱାରସ୍ଥ ହେବୁ ।’

ତେବେ ଏହି ପ୍ରସଙ୍ଗରେ ଗୃହରେ ବିବୃତି ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ଘଟଣାରେ ୩୪ ଜଣ ସନ୍ଦିଗ୍ଧଙ୍କୁ ପଚରାଉଚରା କରାଯାଉଛି । ୪ ଜଣଙ୍କର ପଲିଗ୍ରାଫ ଟେଷ୍ଟ ହୋଇଛି । ପୂର୍ବରୁ ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଥିଲା ବୋଲି ମନ୍ତ୍ରୀ କହିଛନ୍ତି ।