Odia News Portal

ପରୀ’ ହତ୍ୟା ମାମଲାର ହେବ କ୍ରାଇମବ୍ରାଞ୍ଚ ତଦନ୍ତ

ଭୁବନେଶ୍ୱର()  ନୟାଗଡ ଯଦୁପୁର ‘ପରୀ’ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ହେବ । କ୍ରାଇମବ୍ରାଞ୍ଚ ତଦନ୍ତ ନିଷ୍ପତ୍ତି ନେଇ ଗୃହରେ ବିବୃତି ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ଘଟଣାରେ ୩୪ ଜଣ ସନ୍ଦିଗ୍ଧଙ୍କୁ ପଚରାଉଚରା କରାଯାଉଛି । ୪ ଜଣଙ୍କର ପଲିଗ୍ରାଫ ଟେଷ୍ଟ ହୋଇଛି । ପୂର୍ବରୁ ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଥିଲା ବୋଲି ମନ୍ତ୍ରୀ କହିଛନ୍ତି ।

ପ୍ରକାଶ ଯେ, ଯେଉଁ ବୟସରେ ଝିଅର ଭବିଷ୍ୟତ ପାଇଁ ସ୍ୱପ୍ନ ବୁଣିବା କଥା, ସେହି ବୟସରେ ତାର ଖଣ୍ଡ ବିଖଣ୍ଡିତ ମୃତଦେହ ଦେଖିଥିବା ବାପା, ମାଆ, ଶେଷରେ ଜୀବନ ହାରିଦେବାକୁ ଗତକାଲି ବିଧାନସଭା ଆଗରେ ଦେହରେ ଡିଜେଲ ଢାଇଦେଇଥିଲେ ।   ୫ ବର୍ଷର ଝିଅର ମୃତ୍ୟୁ ପରେ ନ୍ୟାୟ ପାଇଁ ବାର ଦୁଆର ବୁଲି ନିରାଶ ହେବାରୁ ଗଣତନ୍ତ୍ରର ମନ୍ଦିର ସାମ୍ନାରେ ଆତ୍ମାହୁତି ଉଦ୍ୟମ କରିଥିଲେ । ଏମାନେ ହେଉଛନ୍ତି ନୟାଗଡରେ ମୃତ ନାବାଳିକା ପରିର ବାପା, ମାଆ ଅଶୋକ ସାହୁ ଓ ସୌଦାମିନୀ ସାହୁ ।