Odia News Portal

ସୋଆ ଏନ୍ଏସ୍ଏସ୍ ପକ୍ଷରୁ ଜାତୀୟ ଶିକ୍ଷାନୀତି ସମ୍ପର୍କିତ ୱେବିନାର

ଭୁବନେଶ୍ୱର() ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସି) ଏନ୍ଏସ୍ଏସ୍ ଶାଖା ପକ୍ଷରୁ ଜାତୀୟ ଶିକ୍ଷା ନୀତି -୨୦୨୦ ଶୀର୍ଷକ ଏକ ୱେବିନାର୍ ଅନୁଷ୍ଠିତ ହୋଇଯାଇଛି । ଏହି ୱେବିନାର୍ରେ ସୋଆ କୁଳପତି ପ୍ରଫେସର ଡଃ ଅଶୋକ କୁମାର ମହାପାତ୍ର ସାମଗି୍ରକ ଓ ସନ୍ତୁଳିତ ସ୍ୱାସ୍ଥ୍ୟ ଜାତୀୟ ଶିକ୍ଷୀ ନୀତିର କିପରି ଏକ ଅବିଚ୍ଛେ୍ୟଦ ଅଙ୍ଗ ସେ ସମ୍ପର୍କରେ ଅବଗତ କରାଇଥିଲେ ।

ଆର୍ଆଇଆଇ (ଏନ୍ସିଇଆର୍ଟି) ଭୁବନେଶ୍ୱରର ଇତିହାସ ବିଭାଗର ପ୍ରଫେସର ପ୍ରୀତିଶ ଆଚାର୍ଯ୍ୟ ଶିକ୍ଷା ନୀତିର କେଉଁ ଅଂଶକୁ ସହଜରେ ଲାଗୁ କରିହେବ ଓ କାହାକୁ ଲାଗୁ କରିବାରେ ଅସୁବିଧାର ସାମ୍ନା କରିବାକୁ ପଡିବ ସେ ନେଇ ବିଷଦ୍ ତର୍ଜମା କରିଥିଲେ । ଭାରତ ସରକାରଙ୍କ ଏନ୍ଏସ୍ଏସ୍ ଆଂଚଳିକ ନିଦେ୍ର୍ଧଶକ, ଭୁବନେଶ୍ୱରର ଆର୍. ସାଇଦା ନାଏକ ଜାତୀୟ ଶିକ୍ଷା ନୀତି ଓ ଏନ୍ଏସ୍ଏସ୍ର କାର୍ଯ୍ୟଧାରା ସମ୍ପର୍କରେ ତାଙ୍କର ବକ୍ତବ୍ୟ ରଖିଥିଲେ ।

ଓଡ଼ିଶା ରାଜ୍ୟ ଏନ୍ଏସ୍ଏସ୍ ଅଧିକାରୀ ଡ. ସୁରେଖା ସୁନ୍ଦରୀ ସ୍ୱାଇଁ ଜାତୀୟ ଶିକ୍ଷା ନୀତିର ବହୁ ବିଷୟଭିତିକ (ମଲ୍ଟିଡିସିପ୍ଲିନାରି) ଦିଗ ଉପରେ ଆଲୋଚନା କରିଥିଲେ । ଏହି ୱେବିନାରରେ ସୋଆ ଡିନ୍ ଛାତ୍ରମଙ୍ଗଳ ପ୍ରଫେସର ଜ୍ୟୋତିରଂଜନ ଦାସ ସ୍ୱାଗତ ଭାଷଣ ଦେଇଥିବା ବଳେ ପ୍ରୋଗ୍ରାମ୍ ଅଫିସର୍ ଡ. ଚକ୍ରଧର ପାତ୍ର କାର୍ଯ୍ୟକ୍ରମ ପରିଚାଳନା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ୱେବିନାର୍ରେ ୫୦୫ ଜଣ ପଞ୍ଜୀକରଣ କରିଥିଲେ । ଉଭୟ ଗୁଗୁଲ ମିଟ୍ ଓ ଫେସବୁୁକରେ ଲାଇଭ୍ ଷ୍ଟି୍ରମ୍ ହୋଇଥିଲା । ଏଥିରେ ସୋଆ ଏନ୍ଏସ୍ଏସ୍ ଛାତ୍ରଛାତ୍ରୀ, ସୋଆରେ ଅଧ୍ୟୟନରତ ବିଦେଶୀ ଛାତ୍ର, ଫ୍ୟାକଲ୍ଟି ଓ ଅନ୍ୟାନ୍ୟ କର୍ମଚାରୀଙ୍କ ସହିତ ଦିଲ୍ଲୀ ଆମିଟି, ସୁନାବେଡା, ଖରିଆର, ବରଗଡ, କଂଟାବାଞ୍ଜି, ମହାମୟୀ ଇତ୍ୟାଦି ଅନେକ ବିଶ୍ୱବିଦ୍ୟାଳୟ ଓ କଲେଜରୁ ବହୁ ବ୍ୟକ୍ତି ବିଶେଷ ପ୍ରଶ୍ନୋତର କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଆଗାମୀ ଦିନରେ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀଙ୍କୁ ଏନ୍ଇପି ଆମ୍ବାସାଡର ଭାବରେ ପ୍ରସ୍ତୁତ କରିବା ପାଇଁ ୟୁନିଟ ୱାରି ଜାତୀୟ ଶିକ୍ଷା ନୀତି ଉପରେ ୱେବିନାର ଆୟୋଜନ ହେବ ବୋଲି ସୂଚନା ଦେଇଥିଲେ ପ୍ରୋଗାମ୍ ସଂଯୋଜକ ଡ. ନଚିକେତା ଶର୍ମା । ଏହି କାର୍ଯ୍ୟକ୍ରମର ସଫଳତାର ବିଶେଷ ଭୂମିକା ତୁଲାଇଥିଲେ ସ୍ୱେଚ୍ଛାସେବୀ ପ୍ରତୀକ ଦାସ ଓ ଅମିତ ପଣ୍ଡା ।