Odia News Portal

ନିଟ ପରୀକ୍ଷାରେ ସୋଆ ଆଇ.ଏଚ୍.ଏସ୍.ଇ ର ଛାତ୍ରଛାତ୍ରୀଙ୍କ ସଫଳତା

ଭୁବନେଶ୍ୱର() ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ + ୨  ମହାବିଦ୍ୟାଳ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ହାୟର୍ ସେକେଣ୍ଡାରୀ ଏଜୁକେସନ୍ର ୮ ଜଣ  ଛାତ୍ରଛା ସର୍ବଭାରତୀୟ ମେଡିକାଲ୍ ପ୍ରବେଶିକା ପରୀକ୍ଷା (ନିଟ୍)ରେ କୃତିତ୍ୱର ସହ ସମ୍ମାନ ଜନକ ସ୍ଥାନ (ର୍ୟାଙ୍କ) ରଖି ସଫଳତା ହାସଲ କରିଛନ୍ତି ।

ନିଟରେ ସଫଳତା ଅର୍ଜନ କରିଥିବା ଏହି କୃତୀ ଛାତ୍ରଛାତ୍ରୀମାନେ ହେଲେ ଆଶିଷ ଦଳେଇ (୬୭୫), ଆଦିତ୍ୟ କୁମାର ରାଉତ (୬୩୩), ବ୍ୟାସଦେବ ମାଇସାଲ (୬୨୧), ଦେବାଶିଷ ପାଢ଼ୀ (୬୧୧), ଶୁଭଦର୍ଶୀ ଦେବାଶିଷ (୫୯୫), ଅର୍ପିତା ମଲ୍ଲିକ (୫୮୬), ମୋନାଲିସା କର (୫୮୫) ଓ ପ୍ରିୟଙ୍କା ପ୍ରିୟଦର୍ଶିନୀ ନାୟକ (୪୧୮) ।

ଏହି ସମସ୍ତ କୃତୀ ଛାତ୍ରଛାତ୍ରୀଙ୍କୁ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ଡଃ ମନୋଜ ରଞ୍ଜନ ନାୟକ ଏବଂ ଆଇ.ଏଚ୍.ଏସ୍.ଇ. ର ଅଧ୍ୟକ୍ଷ ପ୍ରଫେସର ପୁରେନ୍ଦ୍ର ଚରଣ ଦାଶ ଅଭିନନ୍ଦନ ଜଣାଇବା ସହ ସେମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।

ଆଇଏଚ୍ଏସ୍ଇର ଅନେକ ଛାତ୍ରଛାତ୍ରୀ ଅତୀତରେ ନିଟ ବ୍ୟତୀତ ଅନ୍ୟାନ୍ୟ ସର୍ବ ଭାରତୀୟ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଆଇଆଇଟି, ଏନ୍ଆଇଟି ଓ ଆଇଆଇଏମ୍ ଭଳି ପ୍ରତିଷ୍ଠିତ ତଥା ସ୍ୱନାମଧନ୍ୟ ସର୍ବଭାରତୀୟ ଶିକ୍ଷାନୁଷ୍ଠାନମାନଙ୍କରେ ଅଧ୍ୟୟନ କରି ଅନୁଷ୍ଠାନର ଗୈ।ରବ ଦ୍ୱିଗୁଣିତ କରିଛନ୍ତି ।

ସୂଚନା ଯୋଗ୍ୟ ଯେ, ଆଇଏଚ୍ଏସ୍ଇରେ +୨ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ ଯେପରି ଶିକ୍ଷା କ୍ଷେତ୍ରରେ ଉକ୍ରର୍ଷତା ପ୍ରତିପାଦନ କରିପାରିବେ, ସେଥିପାଇଁ ଅନୁଷ୍ଠାନର ସମସ୍ତ ଅଧ୍ୟାପକ / ଅଧ୍ୟାପିକାମାନେ ନିଷ୍ଠାର ସହ ସେମାନଙ୍କୁ ଉକ୍ରୃଷ୍ଟ ଶୈକ୍ଷିକ ବାତାବରଣ ମଧ୍ୟରେ ସ୍ୱତନ୍ତ୍ର ଧ୍ୟାନ ସହ ଶିକ୍ଷା ପ୍ରଦାନ କରିଥାନ୍ତି ।