Odia News Portal

ବିଲ୍ ଚିରିଦେଲେ ତାରା

ଭୁବନେଶ୍ୱର() ବିଧାନସଭା ମୌସୁମୀ ଅଧିବେଶନର ପ୍ରଥମ ଦିନରେ ୭ଟି ବିଲ୍ ଉପସ୍ଥାପିତ ହୋଇଛି । ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲକୁ ନେଇ ଗୃହରେ ସରଗରମ ଆଲୋଚନା ଚାଲିଛି । ବିଶ୍ୱବିଦ୍ୟାଳୟ ବିଲକୁ ‘କଳା ବିଲ୍’ କହି ବିରୋଧ କରିଛନ୍ତି ତାରା ବାହିନୀପତି । ଏହା ସହ ସେ ଗୃହ ଭିତରେ ବିଲକୁ ଚିରିଦେଇଛନ୍ତି । ବିଲକୁ ସିଲେକ୍ସନ କମିଟିକୁ ପଠାଇବାକୁ ତାରା ଦାବି କରିଛନ୍ତି । ଅନ୍ୟପଟେ ବିଜେପି ମଧ୍ୟ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲକୁ ବିରୋଧ କରିଛି ।