Odia News Portal
Monthly Archives

July 2020

ଆଜି ସର୍ବାଧିକ ୧୨୬୪ ପଜିଟିଭ, ୧୧୭ ଲୋକାଲ କେସ, ଜାଣନ୍ତୁ ସମ୍ପୁର୍ଣ୍ଣ ତଥ୍ୟ

ଭୁବନେଶ୍ୱର() ଆଜି ୨୭ଜିଲ୍ଲାରୁ ସର୍ବାଧିକ ୧୨୬୪କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୮୪୭ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୪୧୭ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧୦୯୯କୁ ବୃଦ୍ଧି ପାଇଛି ।…

କିଏ ଲେଖିଥିଲା ସୁଇସାଇଡ ନୋଟ, ଆସିଲା ରିପୋର୍ଟ

ଭୁବନେଶ୍ବର () ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା ଦିନ ଦିନକୁ ଆହୁରି ଅଡ଼ୁଆରେ ଛନ୍ଦି ହୋଇଯାଉଛି। ସୁଇସାଇଡ ନୋଟ ଅନ୍ୟ କେହି ଲେଖିଥିବା ଆଦିତ୍ୟଙ୍କ ସ୍ତ୍ରୀ ଦାବି କରିବା ପରେ ଘଟଣା ନୂଆ ମୋଡ ନେଇଥିଲା । ତେଣୁ ହ୍ୟାଣ୍ଡରାଇଟିଂ ଆଦୀତ୍ୟଙ୍କର ନା ଆଉ କାହାର ତାହା ସନ୍ଦେହ ଘେରରେ ଥିଲା।…

ରାଜମହଲ ପରେ ଅନ୍ୟ ଅଞ୍ଚଳରେ କାତି ବୁଲିବା ଆଶଙ୍କା

ଭୁବନେଶ୍ୱର : ନିଶା କାରବାର ପାଇଁ ଦିନ ଦ୍ୱିପ୍ରହରରେ ରାଜମହଲ ଛକରେ କାତି ବୁଲିଥିବାବେଳେ ପୁଲିସ୍‍ ଯଦି ନିଶା ବେପାରୀ ଓ ନିଶାଡିଙ୍କୁ ସାବାଡ ନକରେ ତେବେ ଆଗାମୀ ଦିନରେ ରାଜଧାନୀର ବହୁ ସ୍ଥାନରେ କାତି ବୁଲିବାର ଆଶଙ୍କା ଉପୁଜିଲାଣି । କରୋନା କଟକଣା ଆଳରେ ଅପରାଧିମାନେ ଯେଭଳି ନିଶାବେପାର…

ଚାହୁଁ ଚାହୁଁ ଛେଳି ଛୁଆକୁ ଗିଳିଦେଲା ଏହି ବିରାଟ ଅଜଗର

ଯାଜପୁର ରୋଡ : ସୁକିନ୍ଦା ବନାଞ୍ଚଳ ଅନ୍ତର୍ଗତ ବନ୍ଧଗାଁ ପଞ୍ଚାୟତର କୋଇଲ ଗ୍ରାମ ପାଖରୁ ଏକ ୧୨ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର କରାଯାଇଛି । ସାପଟି ଏକ ଶାବକ ଛେଳି ଛୁଆକୁ ଗିଳି ଦେଇଥିବା ବେଳେ ଗ୍ରାମବାସୀଙ୍କ ନଜରକୁ ଆସିଥିଲା । ଗ୍ରାମ ଲୋକେ ତୁରନ୍ତ ବନବିଭାଗ କର୍ମଚାରୀ ଓ ସ୍ନେକ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଶୁକ୍ରଙ୍କ ଧନଭାବାବରୋହଣରୁ ଆର୍ଥିକ ଅଭାବ, ଅନଟନ ନ ଥିଲେ ମଧ୍ୟ କାମଗୁଡ଼ିକ ସୁବିଧାରେ ହେବନାହିଁ। ଶତ୍ରୁତା କାରଣରୁ ବନ୍ଧୁଙ୍କ ସଦ୍‌ଭାବ ସହକର୍ମୀମାନଙ୍କ ସହଯୋଗ ମଧ୍ୟ ପାଇବେ ନାହିଁ। ଦୀର୍ଘଦିନରୁ ଲାଗି ରହିଥିବା ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟା ମନକୁ ଆନ୍ଦୋଳିତ କରିବ।…

ସୋସିଆଲ ମିଡିଆରେ ବୋଲ୍ଡ ଫଟୋ ସେୟାର କରି ନିଆଁ ଲଗେଇଲେ ଏହି ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ ବିପାଶା ବସୁ ଅଭିନେତା କରଣ ସିଂ ଗ୍ରୋଭରଙ୍କ ସହ ବିବାହ ପରେ ଫିଲ୍ମ ଜଗତକୁ ପରିବର୍ତ୍ତନ କରିନାହାଁନ୍ତି କିନ୍ତୁ ସେ ସୋସିଆଲ ମିଡିଆରେ ବହୁତ ସକ୍ରିୟ ରହିଛନ୍ତି । ନିକଟରେ ବିପାଶା ତାଙ୍କର ବୋଲ୍ଡ ଏବଂ ଗ୍ଲାମରସ୍ ଫଟୋ ପୋଷ୍ଟ କରିଛନ୍ତି । ଯାହାକି ଏବେ ସୋସିଆଲ ମିଡିଆରେ ଖୁବ…

ଓଡିଶାରେ ବିଜେପି ପକ୍ଷରୁ ୩୬ ଜିଲ୍ଲା ପ୍ରଭାରୀ ନିଯୁକ୍ତ

ଭୁବନେଶ୍ୱର : ଓଡିଶାର ୩୬ ସାଙ୍ଗଠନିକ ଜିଲ୍ଲାରେ ପ୍ରଭାରୀ ନିଯୁକ୍ତ କରିଛି ବିଜେପି । ରାଜ୍ୟ ସଭାପତି ସମୀର ମହାନ୍ତି ଏହାକୁ ଅନୁମୋଦନ କରିଛନ୍ତି । ଅନୁଗୁଳ- ସୀମାଞ୍ଚଳ ଖଟେଇ, ବାଲେଶ୍ୱର-ଗୋଲକ ମହାପାତ, ବରଗଡ଼- ନାଉରୀ ନାଏକ, ବାରିପଦା- ବିଷ୍ଣୁ ସେଠୀ ,ବଲାଙ୍ଗୀର- ସୁରେଶ୍ୱର ଶତପଥୀ,…

କରୋନା ଯୁଦ୍ଧରେ ବିଜୟ ହାସଲ କଲେ ବଡମ୍ବା ଥାନା ଆଇଆଇସି ଓ ଆଠଗଡ ଏସଡିପିଓ

କଟକ : କରୋନା ସହ ଯୁଦ୍ଧରେ ବିଜୟ ଲାଭ କରି କାର୍ଯ୍ୟରେ ଯୋଗଦେଲେ ବଡମ୍ବା ଥାନା ଆଇଆଇସି ପ୍ରଭାତ କୁମାର ମଲ୍ଲିକ ଓ ଆଠଗଡ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଆଲୋକ ରଞ୍ଜନ ରାୟ। ଆଜି ଦିନ ୧୧ଟା ବେଳେ କଟକ ଗ୍ରାମାଞ୍ଚଳ ଏସପି ବି. ଯୁଗୋଳ କିଶୋର ସେମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିଲେ।…

ସ୍ଵାଧୀନତାର ୭୩ ବର୍ଷ ପରେ ଗାଁରୁ ଦୂର ହେଲା ଅନ୍ଧାର

ବାଲେଶ୍ୱର : ଆଜିଠାରୁ ଗାଁରେ ଜଳିଲା ବିଜୁଳି ବତୀ । ହେଲେ ଏଥିପାଇଁ ଅପେକ୍ଷା କରିବାକୁ ପଡ଼ିଲା ବର୍ଷ ବର୍ଷ । ସ୍ଵାଧୀନତା ର ୭୩ ବର୍ଷ ପରେ ଗାଁରୁ ଦୂର ହେଲା ଅନ୍ଧାର । ବିଜୁଳି ଆଲୁଅ ପାଇ ଗ୍ରାମବାସୀଙ୍କ ମୁହଁ ରେଏବେ ହସର ଜୁଆର । ଖୁସିରେ ଗୋଡ଼ ତଳେ ଲାଗୁନାହିଁ ବଳରାମଗଡ଼ି ଗାଁ ଲୋକଙ୍କର।…

ଏହି ଅଭିନେତ୍ରୀଙ୍କୁ କରୋନା

ମୁମ୍ବାଇ : ଅଭିନେତ୍ରୀ ଐଶ୍ୱର୍ଯ୍ୟା ଅର୍ଜୁନ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଇନ୍‌ଷ୍ଟା ଷ୍ଟୋରିରେ ଏ ସଂପର୍କରେ ସୂଚନା ଦେଇଛନ୍ତି ସେ । ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି, ‘ନିକଟରେ କରୋନା ପଜିଟିଭ୍‌ ଚିହ୍ନିତ ହୋଇଛି । ଘରେ କ୍ୱାରେଣ୍ଟାଇନ୍‌ରେ ଅଛି । ମେଡିକାଲ ଟିମ୍‌…