ଅଭିନେତା ସଲମାନ ଖାନ ଓ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ଙ୍କ ଅଭିନୀତ ଚଳଚ୍ଚିତ୍ର ‘ଭାରତ’ର ଟ୍ରେଲର୍ ରିଲିଜ୍ ହୋଇସାରିଛି। ଟିଜର୍ରେ ପୂରାପୂରି ଭାବେ ସଲମାନ ହିଁ ସଲମାନ ଦେଖିବାକୁ ମିଳିଛନ୍ତି। କୌଣସି ଅନ୍ୟ କଳାକାରଙ୍କ ଝଲକ ଦେଖିବାକୁ ମିଳିନାହିଁ। ଏପରିକି ଭାରତରେ ମୁଖ୍ୟ ଭୂମିକା ନିଭାଉଥିବା କ୍ୟାଟ୍ରିନ୍ ବି ଟ୍ରେଲର୍ରେ ଦିଶିନାହାନ୍ତି। ଏବେ ଏହାର କାରଣ ସାମ୍ନାକୁ ଆସିଛି।
ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି ଯେ କ୍ୟାଟ୍ ଚଳଚ୍ଚିତ୍ରରେ ମହତ୍ୱପୂର୍ଣ୍ଣ ଭୂମିକା ନିଭାଉଛନ୍ତି। ଚଳଚ୍ଚିତ୍ର ରିଲିଜ୍ ହେବା ପାଇଁ ଆହୁରି ୬ ମାସ ସମୟ ବାକି ଅଛି। ଏହାକୁ ଇଦ୍ରେ ରିଲିଜ୍ କରାଇବାର ଯୋଜନା ରହିଛି। ଏଥିପାଇଁ ନିର୍ମାତା ନିଷ୍ପତ୍ତି ନେଇଛନ୍ତି ଯେ ଏବେ ପାଇଁ ସେ କ୍ୟାଟ୍ଙ୍କ ଲୁକ୍ ଓ ଅଭିନୟକୁ ଗୁପ୍ତ ରଖି ପରେ ଦର୍ଶକଙ୍କୁ ସରର୍ପ୍ରାଇଜ୍ ଦେବେ।