ରିଲିଜ ହୋଇଛି ଅପକମିଙ୍ଗ ଫିଲ୍ମ ‘ରୋମିଓ ଅକବର ୱାଲଟର’ର ଟିଜର। ଗୋଟେ ମିନିଟ୍ ଓ ୨୩ ସେକେଣ୍ଡର ଏହି ଟିଜରରେ ଭରପୁର ରହସ୍ୟ ଓ ରୋମାଞ୍ଚ ଦେଖିବାକୁ ମିଳିଛି। ଟିଜରରେ ଭିନ୍ନ ଭିନ୍ନ ଲୁକରେ ନଜର ଆସୁଛନ୍ତି ଅଭିନେତା ଜନ୍ ଆବ୍ରାହିମ୍।
ଫିଲ୍ମରେ ଜଣେ ଜଇଡ ଏଜେଣ୍ଟ କ୍ୟାରେକ୍ଟର ପ୍ଲେ କରୁଛନ୍ତି ଜନ୍। ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ଜନ୍ ଆବ୍ରାହମ୍। ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଅଛନ୍ତି ମୋନି ରୟ, ଜ୍ୟାକି ଶ୍ରଫ୍, ସୁଚିତ୍ରା କ୍ରିଷ୍ଣମୂର୍ତ୍ତି ଓ ସିକନ୍ଦର ଖେର। ଏହି ଫିଲ୍ମ ଜରିଆରେ ଅନେକ ଦିନ ପରେ ପରଦାକୁ ଫେରୁଛନ୍ତି ସୁଚିତ୍ରା। ୭୦ ଦଶକର ସତ୍ୟ ଘଟଣା ଉପରେ ଆଧାରିତ ଫିଲ୍ମର କାହାଣୀ। ଏହି ସ୍ପାଏ ଥ୍ରୀଲରର କାହାଣୀ ଲେଖିବା ସହ ନିର୍ଦ୍ଦେଶନା ଦେଇଛନ୍ତି ରବି ଗ୍ରେୱାଲ। ୧୨ ଏପ୍ରିଲରେ ରିଲିଜ ହେବ ‘ରୋମିଓ ଅକବର ୱାଲଟର’।