ଭୁବନେଶ୍ୱର ଆପୋଲୋ ହସପିଟାଲରେ ଅଗ୍ନିକାଣ୍ଡ ସମ୍ପର୍କରେ ତଦନ୍ତ କରିବାକୁ ଅଗ୍ନିଶମ ବିଭାଗ ଡିଜି ବିକେ ଶର୍ମା ନିଦେ୍ର୍ଧଶ ଦେଇଛନ୍ତି । ଏହି ହସପିଟାଲରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ଠିକ ଅଛି କି ନାହିଁ ତାର ତଦନ୍ତ କରିବାକୁ କେନ୍ଦ୍ରାଂଚଳ ରେଂଜ ଫାୟାର ଅଫିସରଙ୍କୁ ତଦନ୍ତ ଦାୟୀତ୍ୱ ଦିଆଯାଇଛି ।
ପଞ୍ଚମ ମହଲାରେ ଆଇସିୟୁ ପାଖ ମେଣ୍ଟେନାନ୍ସ ରୁମରେ ନିଆଁ ଲାଗିଯାଇଥିଲା । ଡାକ୍ତରଖାନା କର୍ତ୍ତୃପକ୍ଷ ନିଆଁ ଲିଭାଇବାକୁ ଉଦ୍ୟମ କରିବା ସହ ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ପଞ୍ଚମ ମହଲାରେ ଥିବା ରୋଗୀଙ୍କୁ ସୁରକ୍ଷିତ ଭାବେ ତଳକୁ ସ୍ଥାନାନ୍ତର କରାଯାଇଥିଲା। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଅଗ୍ନିକାଣ୍ଡ ଯୋଗୁ କାହାରି କୌଣସି କ୍ଷତି ହୋଇନାହିଁ ।
