Odia News Portal

ଆଦିବାସୀ ଅଧିକାର ପାଇଁ ପୁରୀରେ ଜନଜାତି ଏକାଠି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଠାରେ କାଳିଆ ସମାବେଶ କରି ଚାଷୀ ମାନଙ୍କୁ ନିଜ ଆଡକୁ ଆଣିବା ପାଇଁ ଉଦ୍ୟମ କରିବା ପରେ ଏବେ ବିଜେପି ଜଗନ୍ନାଥଙ୍କୁ ସାକ୍ଷୀ ରଖି ଆଦିବାସୀ ଭୋଟର ମାନଙ୍କୁ ଏକାଠି କରିବା ପାଇଁ ପ୍ରୟାଶ ଆରମ୍ଭ କରିଛି । ସେଥିପାଇଁ ଆଜି ପୁରୀ ଠାରେ ରାଜ୍ୟ ବିଜେପି ପକ୍ଷରୁ ଜନଜାତି ରାଷ୍ଟ୍ରୀୟ ମହାସମାବେଶର ଆୟୋଜନ କରାଯାଇଛି । ଏହି ସମାବେଶରେ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ସହିତ ଦେଶର ବିଭିନ୍ନ ରାଜ୍ୟର ବିଭାଗୀୟ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ଆଦିବାସୀ ନେତାଙ୍କ ସମେତ ବହୁ ପୁରୁଷ, ମହିଳା ଓ ଯୁବକ ମାନେ ଏଥିରେ ଯୋଗ ଦେଇଛନ୍ତି । ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଏଥିରେ ଅଧକ୍ଷତା କରିଛନ୍ତି । ଆସନ୍ତା କାଲି ବିଜେପିର ରାଷ୍ଟ୍ରୀୟ ଅଧକ୍ଷ ଅମିତ ଶାହା ଏହି ସମାବେଶରେ ଉଦବୋଧନ ଦେବାକୁ ଓଡିଶା ଆସୁଛନ୍ତି ।