Odia News Portal

କ୍ଷମତାକୁ ଆସିଲେ ଗରିବଙ୍କୁ ସର୍ବନିମ୍ନ ଆୟ ଦେବୁ: ରାହୁଲ

କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଆୟୋଜିତ ସମାବେଶରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ୍ ଅଧ୍ୟକ୍ଷ ରାହୁଲ ଗାନ୍ଧି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି । ଖାଲି ସେତିକି ନୁହେଁ ସେ ଆହୁରି କହିଛନ୍ତି ଉଭୟଙ୍କ ମଧ୍ୟରେ ଭିତିରିଆ ସମ୍ପର୍କ ଅଛି ।
ରାହୁଲ କହିଛନ୍ତି, “ଆପଣଙ୍କ ଅଞ୍ଚଳକୁ କଂଗ୍ରେସ ସବୁବେଳେ ସ୍ୱତନ୍ତ୍ର ଭାବେ ଦେଖିଛି। ସବୁ କଂଗ୍ରେସ ପ୍ରଧାନମନ୍ତ୍ରୀ ଆପଣମାନଙ୍କୁ ଗୁରୁତ୍ୱ ଦେଇଛନ୍ତି। ଆପଣମାନଙ୍କ ପାଇଁ ସ୍ୱତନ୍ତ୍ର ଧ୍ୟାନ ଦିଆଯିବା ଜରୁରୀ ବୋଲି କଂଗ୍ରେସ ଅନୁଭବ କରିଛି।“ଆମେ କହିଥିଲୁ, କଂଗ୍ରେସ ସରକାର ଆସିଲେ କୃଷି ଋଣ ଛାଡ଼ ହେବ। ୧୦ ଦିନ ନୁହେଁ, ୨ ଦିନ ଭିତରେ ୩ଟି ରାଜ୍ୟରେ ଋଣ ଛାଡ଼ କଲୁ। ଓଡ଼ିଶାରେ କଂଗ୍ରେସ ଆସିଲେ ଧାନ କ୍ୱିଣ୍ଟାଲ ୨୬ ଶହ ହେବ” ବୋଲି ରାହୁଲ କହିଛନ୍ତି।ଉଭୟ କେନ୍ଦ୍ର ଓ ରାଜ୍ୟ ଆପଣମାନଙ୍କୁ ଦୁର୍ନୀତି ଓ ଭ୍ରଷ୍ଟାଚାର ଦେଲେ ବୋଲି ରାହୁଲ ଅଭିଯୋଗ କରିଛନ୍ତି। ଭବାନୀପାଟଣା ସଭାରେ ଗରିବ କାର୍ଡ ଖୋଲିଛନ୍ତି ରାହୁଲ। କହିଛନ୍ତି, “ମନରେଗା ଠାରୁ ବଡ଼ ଯୋଜନା କଂଗ୍ରେସ ଆପଣଙ୍କ ପାଇ ରଖିଛି। ଆଦିବାଦୀଙ୍କ ଜମିକୁ କେନ୍ଦ୍ର ଓ ରାଜ୍ୟ ହଡ଼ପ କରୁଥିବା ଅଭିଯୋଗ ଆଣିଛନ୍ତି ରାହୁଲ। ସେ କହିଛନ୍ତି, “ବିଜେପି ଓ ବିଜେଡି ଆଦିବାସୀଙ୍କ ଜମି ହଡ଼ପ କରିବାକୁ ଚାହୁଁଛି।