Odia News Portal

ଆଖି ପରେ ଓଠର କମାଲ

ରାତାରାତି ଇଣ୍ଟରନେଟ୍ର ସେନ୍ସେସନ୍ ପାଲଟି ଯାଇଥିଲେ ଅଭିନେତ୍ରୀ ପି୍ରୟା ପ୍ରାକାଶ । ଗତବର୍ଷ ଭାଲେନ୍ଟାଇନ୍ ଡେରେ ଏହି ଫିଲ୍ମର ଗୋଟିଏ ଗୀତ ‘ଗବଦ୍ଭସଳଚ୍ଚବ ଗବକ୍ଷବrବଚ୍ଚବ ଚକ୍ଟକ୍ଟଙ୍ଖସ’ ରିଲିଜ୍ ହୋଇଥିଲା। । ଏହି ଫିଲମରେ ପି୍ରୟାଙ୍କ ଆଖି ମାରିଥିବା ଅଭିନୟ ତାଙ୍କୁ ଲୋକଙ୍କ ମନର ରାଣି କରିଦେଇଥିଲା । ଆଉ ତାପରେ ସେ ବଲିଉଡରେ ମଧ୍ୟ ସ୍ଥାନ ପାଇଥିଲେ । ଖାଲି ଦେଶରେ ନୂହେଁ ବିଦେଶରେ ମଧ୍ୟ ତାଙ୍କ ଅଭିନୟ ଚର୍ଚ୍ଚାର ବିଷୟ ପାଲଟି ଯାଇଥିଲା ।
ପୁଣି ୧୦୧୯ ୧୪ ଫେବୃଆରୀ ଭାଲେନ୍ଟାଇନ୍ସ ଡେ’ରେ ତାଙ୍କର ଫିଲ୍ମ ‘ଉରୁ ଅଦାର୍ ଲବ୍’ ରିଲିଜ୍ ହେବାକୁ ଯାଉଛି।ଏହି ଫିଲ୍ମ ସହିତ ଜଡ଼ିତ ଥିବା ଗୋଟିଏ ଭିଡିଓ ସୋଶାଲ ମିଡିଆରେ ଟ୍ରେଣ୍ଡ ହେବାରେ ଲାଗିଛି। ଏଥିରେ ପ୍ରିୟା ପ୍ରକାଶ ତାଙ୍କ କୋ-ଷ୍ଟାର୍ ରୋଶନ ଅବଦୁଲ୍ ରଉଫ୍ଙ୍କ ସହିତ ଲିପ୍ କିସ୍ କରୁଛନ୍ତି।ଦୁହେଁ କଲେଜ୍ ୟୁନିଫର୍ମରେ ଥିବାର ଦେଖିବାକୁ ମିଳିଛି ଏବଂ ଦୁହିଁଙ୍କର କିସିଂ ସିନ୍ ଚର୍ଚ୍ଚାରେ ରହିଛି।‘ଉରୁ ଅଦାର୍ ଲବ୍’ ଫିଲ୍ମ ଏକ ରୋମାଣ୍ଟିକ୍ ଡ୍ରାମା । ଯେଉଁଥିରେ ହାଇ ସ୍କୁଲ୍ ରୋମାନ୍ସ ଦେଖିବାକୁ ମିଳିବ।