Odia News Portal

ବଢିଲା ଆହାର କେନ୍ଦ୍ର ସଂଖ୍ୟା

ଖୋଲିଲା ଆଉ ୩୮ଟି ଆହାର କେନ୍ଦ୍ର। ସଚିବାଳୟରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ୧୭ଟି ଜିଲ୍ଲାରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ରାଜ୍ୟର ୧୭ଟି ଜିଲ୍ଲାରେ ଥିବା ୩୮ ସହରାଞ୍ଚଳ ପାଇଁ ନୂତନ ଆହାର କେନ୍ଦ୍ରର ହେଲା ଲୋକାର୍ପଣ କରାଯାଇଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି କି, ଖାଦ୍ୟର ଗୁଣବତ୍ତା ଏବଂ ପରିସ୍କାର ପରିଚ୍ଛନତା ଏହି କାର୍ୟ୍ୟକ୍ରମର ବିଶେଷତ୍ୱ । ବର୍ତ୍ତମାନ ରାଜ୍ୟର ସବୁ ପୌରାଂଚଳରେ ୧୫୭ଟି ଆହାର କେନ୍ଦ୍ର ଜରିଆରେ ଏହି କାର୍ୟ୍ୟକ୍ରମ ସାମିଲ ହୋଇଛି ଓ ଏହା ସହିତ ହିଁ ୫୬ଟି ଡାକ୍ତରଖାନା ପରିସରରେ ଏହି ସୁବିଧା ରାତିରେ ମଧ୍ୟ ଉପଲବ୍ଧ ହେଉଛି । ଏହାଦ୍ୱାରା ପ୍ରତିଦିନ ୧ ଲକ୍ଷ ଏହି ଯୋଜନାରେ ସୁଲଭ ଖାଦ୍ୟ ଖାଇବାର ସୁଯୋଗ ପାଇପାରିବେ ।
ସୁଚନାଯୋଗ୍ୟ ଯେ, ୨୦୧୫ ଏପ୍ରିଲ ପହିଲାରୁ ରାଜ୍ୟର ୫ଟି ପୌରାଂଚଳରେ ୨୧ଟି ଆହାର କେନ୍ଦ୍ର ଆରମ୍ଭ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ୭.୨ କୋଟି ମିଲ୍ ଲୋକଙ୍କୁ ଦିଆଯାଇପାରିଛି । ଏହି ଯୋଜନାରେ ଖାଦ୍ୟ ପଦାର୍ଥ ପରିବହନ ପାଇଁ ୬୫ଟି ଗାଡି ଓ ୨୦୦୦ ଲୋକଙ୍କୁ ନିଯୁକ୍ତ କରାଯାଇଛି ।