Odia News Portal

ଅମିତାଭ ଠାକୁର ହେଲେ ଏସଏପି ଆଇଜି

ରାଜ୍ୟ ସରକାର ନିର୍ବାଚନ ପୂର୍ବରୁ ଆଇପିଏସ ସ୍ତରରେ ଏକ ବଡ ଧରଣର ଅଦଳବଦଳ କରିଛନ୍ତି । ଏଥିରେ ଗୁଇନ୍ଦା ବିଭାର ନିର୍ଦ୍ଦେଶକ ଦାୟିତ୍ୱରେ ଥିବା ସୁନିଲ ରାୟଙ୍କୁ ସ୍ୱତନ୍ତ୍ର ଡ଼ିଜି ଗୁଇନ୍ଦା ବିଭାଗର ଦାୟିତ୍ୱ ରେ ଅବସ୍ଥାପିତ କରାଯାଇଛି । ବରିÂ ଆଇପିଏସ ଅଫିସର ଅମିତାଭ ଠାକୁରଙ୍କୁ ଏସଏପି ଆଇଜି ଭାବେ ନିଯୁକ୍ତି
ମିଳିଛି । ସେହିପରି ବିନୟାନନ୍ଦ ଝା ଓଏଚଆରସି ଅତିରିକ୍ତ ଡ଼ିଜି ଓ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି । ସଞ୍ଜୀବ ପଣ୍ଡାଙ୍କୁ ଆଇନଶୃଙ୍ଖଳା ଅତିରିକ୍ତ ଡିଜି ପଦବୀ ମିଳିଛି ।
ସେହିପରି ବିପିଏସପିଏର ଆଇଜି ଭାବେ ନିଯୁକ୍ତି ହୋଇଛନ୍ତି ଏସ.ସାଇନି । ଏବଂ ହିମାଂସୁ ଲାଲ ହେଲେ ଦକ୍ଷିଣାଞ୍ଚଳ ଡ଼ିଆଜି । ଏହାସହ ଜତିନ୍ଦ୍ର କୋଏଲ ଦକ୍ଷିଣାଞ୍ଚଳ ଆଇଜି ଭାବେ ନିଯୁକ୍ତ ହୋଇଛନ୍ତି । ସେପଟେ ଆଶିଷ ସିଂଙ୍କୁ ମିଳିଛି ଇଣ୍ଟେଲିଜେଣ୍ଟ ଡ଼ିଆଇଜି ପଦବୀ । ଏହାସହ ସର୍ଥକ ଷଡ଼ଙ୍ଗୀଙ୍କୁ ରାରକେଲା ଏସପି, ଉମାଶଙ୍କର ଦାସଙ୍କୁ ପୁରୀ ଏସପି, ସାରା ଶର୍ମାଙ୍କୁ ଗଜପତି ଏସପି, ଅନୁପମା ଜମ୍ସଙ୍କୁ ଢେଙ୍କାନାଳ ଏସପି, ରାହୁଲ ଜୈନଙ୍କୁ ଦେବଗଡ଼ ଏସପି,ଶବଚ୍ଚ ବିବେକ ଏମଙ୍କୁ ରାୟଗଡ଼ା ଏସପି, କେ.ଏନ ଡ଼ୁଗଡ଼ୁଙ୍କୁ ନବରଙ୍ଗ ଏସପି, ଅମୂଲ୍ୟ କୁମାର ଦାସଙ୍କୁ ଖୋର୍ଦ୍ଧା ଏସପି, ରାହୁଲ ପିଆରଙ୍କୁ ଏସପି ଓ ସିଆଡ଼ି, କ୍ରାମଇବ୍ରାଞ୍ଚ( ଏସଟିଏଫ) ଦାୟିତ୍ୱ ମିଳିଛି । ତେବେ ମୋଟ୍ ୨୧ ଜଣ ଆଇପିଏସ ଓ ୮ଜଣ ଓପିଏସ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର ।