ଭୁବନେଶ୍ବର () ସିବିଆଇର ମଧ୍ୟବର୍ତ୍ତିକାଳୀନ ନିର୍ଦ୍ଦେଶକ ଏମ.ନାଗେଶ୍ବର ରାଓଙ୍କୁ କୋର୍ଟର ଅବମାନନା ଅଭିଯୋଗରେ ଏକ ଲକ୍ଷ ଟଙ୍କା ଜୋରିମାନା ସହ କୋର୍ଟ ରୁମର ଗୋଟିଏ କୋଣରେ ବସିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟ ବିଚାରପତି । ମୁଖ୍ୟ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇ ଏହି ନିର୍ଦ୍ଦେଶ ଦେଇଥିବା ବେଳେ ସପ୍ତାହକ ମଧ୍ୟରେ ଜୋରିମାନା ରାଶି ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଅତିରିକ୍ତ ଆଇନ ପରାମର୍ଶଦାତା ଭାସୁରାନ ଏସ.ଙ୍କୁ ମଧ୍ୟ ସମାନ ଦଣ୍ଡବିଧାନ କରାଯାଇଛି । ଉଭୟଙ୍କୁ ମୁଖ୍ୟ ବିଚାରପତି କୋର୍ଟ କାର୍ଯ୍ୟ ସରିବା ପର୍ଯ୍ୟନ୍ତ କୋର୍ଟ ରୁମର ଗୋଟିଏ କୋଣରେ ବସିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଜାଫରନଗର ସେଲଟର ହୋମ ଯୌନ ନିର୍ଜାତନା ମାମଲାରେ ବରିଷ୍ଠ ତଦନ୍ତକାରୀ ଅଧିକାରୀଙ୍କ ବଦଳିକୁ ନେଇ ଉଭୟଙ୍କୁ କୋର୍ଟ ଦଣ୍ଡବିଧାନ କରିଛନ୍ତି ।
ଗତ ଫେବୃଆରୀ 7 ତାରିଖରେ ସୁପ୍ରିମ କୋର୍ଟ ଏହି ଘଟଣାରେ ତଦନ୍ତକାରୀ ଅଧିକାରୀଙ୍କ ବଦଳି ପାଇଁ ମଧ୍ୟବର୍ତ୍ତିକାଳୀନ ନିର୍ଦ୍ଦେଶକଙ୍କ ଉପରେ ବର୍ଷିଥିଲେ । କାରଣ କୋର୍ଟର ବିନା ଅନୁମତିରେ ଏହି ମାମଲାର ତଦନ୍ତକାରୀ ଅଧିକାରୀଙ୍କ ବଦଳି କରାଯାଇପାରିବ ନାହିଁ ବୋଲି କୋର୍ଟ ପୂର୍ବରୁ ରାୟ ଦେଇଥିଲେ ।
ଦଣ୍ଡାଦେଶ ଉପରେ ନାଗେଶ୍ବର ରାଓ ଉଦ୍ଦେଶ୍ୟମୂଳକ କୋର୍ଟର ଅବମାନନା କରିନଥିବା ଦର୍ଶାଇଥିଲେ ବୋଲି କୋର୍ଟ ତାଙ୍କ ପିଟିସନକୁ ଗ୍ରହଣ କରିନଥିଲେ । ଅତିରିକ୍ତ ଅଟର୍ଣ୍ଣି ଜେନେଲ କେ.କେ. ଭେନୁଗୋପାଳ ନାଗେଶ୍ବର ରାଓଙ୍କୁ ନିସର୍ତ୍ତ କ୍ଷମାପ୍ରାର୍ଥନାକୁ ଗ୍ରହଣ କରିବାକୁ ଅପିଲ କରିଥିଲେ ।
