Odia News Portal

ମୋଦିଙ୍କ ପତ୍ନୀ ହେବେ ଏହି ଅଭିନେତ୍ରୀ, ପଢନ୍ତୁ

ଆଗକୁ ରିଲିଜ୍ ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍। ଯାହାର ପ୍ରଥମ ପୋଷ୍ଟର୍ ଜାନୁଆରୀ ୭ରେ ରିଲିଜ୍ ହୋଇଥିଲା। ଏହି ପୋଷ୍ଟର ସାମ୍ନାକୁ ଆସିବା ପରଠୁ ହିଁ ଫିଲ୍ମକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଫିଲ୍ମରେ ନରେନ୍ଦ୍ର ମୋଦିଙ୍କ ଭୂମିକାରେ ଅଭିନେତା ବିବେକ ଓବେରଏ ଅଭିନୟ କରୁଥିବା କଥା ସମସ୍ତେ ଜାଣିଥିବେ।
ଏହି ସିନେମାରେ ନରେନ୍ଦ୍ର ମୋଦୀଙ୍କ ପତ୍ନୀ ଯଶୋଦା ବେନ୍ ଭୂମିକାରେ କେଉଁ ଅଭିନେତ୍ରୀ ଅଭିନୟ କରୁଛନ୍ତି, ତାହା ହୁଏତ ଆପଣମାନଙ୍କୁ ଜଣା ନ ଥିବ। ଏବେ ଖବର ମିଳିଛି ଜଣାଶୁଣା ଅଭିନେତ୍ରୀ ବରଖା ବିଷ୍ଟ୍ ଯଶୋଦା ବେନଙ୍କ ଚରିତ୍ର ନିଭାଉଛନ୍ତି। ଏ ସଂପର୍କରେ ବରଖା କହିଛନ୍ତି ଏହି ଫିଲ୍ମ ପାଇଁ ସେ ଅହମ୍ମଦାବାଦ୍ରେ ସୁଟିଂ କରିବେ। ଏହି ଭୂମିକା ନିଭାଇବା ପୂର୍ବରୁ ତାଙ୍କୁ ଖୁବ୍ ତାଙ୍କୁ ସଠିକ୍ ଗୁଜୁରାଟୀ ଭାଷା ବି ଶିଖିବାକୁ ପଡ଼ିଛି ବୋଲି ବରଖା କହିଛନ୍ତି। ଏହି ଫିଲ୍ମରେ କାମ କରିବାର ସୁଯୋଗ ପାଇଥିବାରୁ ସେ ଗର୍ବିତ ଅନୁଭବ କରିଛନ୍ତି ବୋଲି କହନ୍ତି ବରଖା ବିଷ୍ଟ୍।