ଦେଶରେ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ କଂଗ୍ରେସ ଦଳରେ ରାହୁଲଙ୍କ ପଛକୁ ପି୍ରୟଙ୍କା ଗାନ୍ଧିଙ୍କ ଆବିର୍ଭାବ ପ୍ରତି କୋଣ ଓ ଅନୁକୋଣରେ କଂଗ୍ରେସ ଲୋକମାନଙ୍କ ମଧ୍ୟରେ ବିପୁଳ ଉସ୍ôାହ ସୃଷ୍ଟି କରିଛି । ସେଇ ଉସ୍ôାହକୁ ନେଇ ଓଡିଶା କଂଗ୍ରେସରେ ମଧ୍ୟ ନିର୍ବାଚନ କସରତ ଆରମ୍ଭ ହୋଇଛି । ଏହିକ୍ରମରେ ଆଜି ଭୁବନେଶ୍ୱର ଠାରେ ପ୍ରାର୍ଥୀ ଚୟନ କମିଟିର ବୈଠକ ଅନୁÂି ହୋଇଥିଲା ।
ଏଥିରେ ଏଆଇସିସି ସ୍କ୍ରିନିଂ କମିଟିର ଅଧ୍ୟକ୍ଷ ଭି. ଡି. ସତିଶାନ ସମେତ ଏଆଇସିସି ସ୍କ୍ରିନିଂ କମିଟି ସଦସ୍ୟ ନୌସାଦ ସୋଲାଙ୍କି । ସମେତ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଓ ଅନ୍ୟାନ୍ୟ ସଦସ୍ୟମାନେ ଯୋଗ ଦେଇଥିଲୋ । ବିଜୟ ସମ୍ଭାବନା ଓ ଦଳୀୟ ବ୍ୟବସ୍ଥା ଅନୁସାରେ ପ୍ରାର୍ଥୀ ଚୟନ ହେବ ବୋଲି ସ୍କ୍ରିନିଂ କମିଟି ସଦସ୍ୟ କହିଛନ୍ତି । ।ଏହି ଏଆଇସିସି ପର୍ଯ୍ୟବେକ୍ଷକ ମାନେ ଓଡ଼ିଶାରେ ତିନି ଦିନ ରହିବା ସହ ବିଭିନ୍ନ ବର୍ଗଙ୍କ ସହ ଆଲୋଚନା କରିବେ । ସେପଟେ ଗତ ନିର୍ବାଚନରେ ପରାଜିତ ପ୍ରାର୍ଥୀ ବି ଆଶାବାଦୀ ଅଛନ୍ତି । ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ଯେଉଁ ପ୍ରାର୍ଥୀମାନେ ଆଶାୟୀ ଅଛନ୍ତି, ସେମାନେ ସିଧାସଳଖ ସ୍କ୍ରିନିଂ କମିଟିକୁ ସାକ୍ଷାତ କରି ନିଜ ପ୍ରାର୍ଥୀତ୍ୱ ସମ୍ପର୍କରେ ଅବଗତ କରାଇପାରିବେ। ଚଳିତମାସ ଶେଷ ସୁଦ୍ଧା ନିର୍ବାଚନ ପାଇଁ କଂର୍ଗେସ ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇପାରେ।
Sign in
Sign in
Recover your password.
A password will be e-mailed to you.
