Odia News Portal

ଜନ୍ମମାଟିରେ ଶେଷ ସଲାମ

ପୁଲୱାମା ଆତଙ୍କୀ ହମଲାରେ ସହିଦ ହୋଇଥିବା ୨ ଓଡ଼ିଆ ଯବାନଙ୍କ ମଧ୍ୟରୁ କଟକ ରତନପୁର ଗାଁର ମାନୋଜ ବେହେରାଙ୍କ ପରିବାର । ଯେଉଁ ପୁଅ କିଛି ଦିନ ପୂର୍ବେ ଛୁଟି କଟାଇ ପୁଣି ଦେଶପାଇଁ ଲଢ଼ିବାକୁ ଅଣ୍ଟା ଭିଡ଼ି ଚାଲିଯାଇଥିଲା ସେ ଆଉ ଏ ଦୁନିଆରେ ନାହିଁ । ଆଉ ପୁଅର ମରଶରୀରକୁ ଦେଖି ଲୋତକ ଭରା ଚାହାଣୀରେ କଇଁ କଇଁ ହୋଇ କାନ୍ଦୁଛି ମାଆ ।
ପୁଲୱାମାରେ ଯେଉଁ ନାରକୀୟ କାଣ୍ଡ ଘଟାଇଲେ ଆତଙ୍କବାଦୀ ସେଥିରେ ଦେଶର ୪୦ରୁ ଉଦ୍ଧ୍ୱର୍ ଯବାନମାନେ ସହିଦ ହୋଇଗଲେ । ଆଉ ସେଥିମଧ୍ୟରୁ ୨ ଓଡ଼ିଆ ଯବାନ ଜଗତସିଂହପୁରର ପ୍ରସନ୍ନ ସାହୁ ଏବଂ କଟକ ରତନପୁରର ଅଞ୍ଚଳର ମନୋଜ ବେହେରାଙ୍କ ପାର୍ଥିବ ଶରୀର ଜନ୍ମମାଟିକୁ ଅଣାଯାଇଛି । ଏହି ଦୁଇ ବୀର ଯବାନଙ୍କ ମରଶରୀରକୁ ଭୁବନେଶ୍ୱର ବିମାନବନ୍ଦରରେ କୋହଭରା ହୃଦୟରେ ଶେଷ ସଲାମ ଦେଇଛନ୍ତି ଲକ୍ଷ ଲକ୍ଷ ରାଜ୍ୟବାସୀ । ଆଉ ଦେଶପାଇଁ ବଳିଦାନ ଦେଇଥିବା ବାପା-ମାଆଙ୍କର ଗୋଟିଏ ବୋଲି ପୁଅ ମନୋଜଙ୍କୁ ଦେଖି ପାଇଁ ତାଙ୍କ ମାଆ ବାହୁନି ବାହୁନି କାନ୍ଦୁଛନ୍ତି ।
ଆଖିରେ ଲୁହ ଆଉ ଛାତିର କଷ୍ଟକୁ କାନ୍ଦିକାନ୍ଦି ମା କହୁଛି-କେମିତି ସହିବ ସେ ମାଆ ଯିଏ ୧୦ ମାସ ୧୦ ଦିନ କଷ୍ଟ ସହି ଛୋଟରୁ ବଡ଼ କରିଥିଲା ସେହି ପୁଅର ମରଶରୀକୁ ଦେଖିବା ପାଇଁ ୨ ଦିନ ହେବ ଅପେକ୍ଷା କରିଛି । ମାଟି ମା’ ପାଇଁ ଲଢ଼ିବାକୁ ଯାଇଥିବା ପୁଅକୁ ବିଦାୟ ଦେବାବେଳେ ମନଭରି ପୁଅକୁ ଟିକେ ସ୍ନେହ କରି ପାରିନଥିଲା କାରଣ ପୁଅ କହିଥିଲା ଖୁବ୍ ଶୀଘ୍ର ଘରକୁ ଫେରିବ । ହେଲେ ଏବେ ପୁଅର ମରଶରୀର ଫେରିଛି । ଦେଶ ପାଇଁ ସିନା ସହିଦ ହେଇଗଲା ସଭିଏଁ କହିବେ କିନ୍ତୁ ସେହି ମାଆ ଜାଣେ ତା ମନରେ ଏବେ ଯେଉଁ କୋହଭରା ଲୁହ ଆଉ ଯନ୍ତ୍ରଣାରେ ସେ ଜଳୁଛି ।