Odia News Portal

ଯୋଗୀଙ୍କ ବୃଥା ଆସ୍ଫାଳନ

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜଣେ ମିଛୁଆ ବୋଲି ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି । ଓଡିଶା ଓ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ ଆଦିତ୍ୟନାଥ ଦେଇଥିବା ମନ୍ତବ୍ୟ ଉପରେ ପ୍ରତିକି୍ରୟା ରଖି ଶ୍ରୀ ଦେବ କହିଛନ୍ତି ଯେ ଯୋଗୀ ଆଦିତ୍ୟନାଥ ଓଡିଶା ସରକାରଙ୍କ କାଳିଆ ଯୋଜନାକୁ ସମାଲୋଚନା କରିବା ସହିତ ପ୍ରଧାନମନ୍ତ୍ରୀଙ୍କ କିଷାନନିଧି ଯୋଜନାରେ ଯେଉଁ ସ୍ତୁତିଗାନ କରୁଛନ୍ତି ତାହା ସମ୍ପୁର୍ଣ୍ଣ ଭ୍ରମାତ୍ମକ । ନିଜେ ଆଦିତ୍ୟନାଥ ଉତ୍ତରପ୍ରଦେଶରେ କୃଷକଙ୍କ ଉପରୁ ଋଣଛାଡ କରିବା ପାଇଁ ପ୍ରତିଶୃତି ଦେଇଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ ସଠିକ ଭାବରେ କାର୍ଯ୍ୟକାରୀ କରିନପାରି ଉତ୍ତରପ୍ରଦେଶର ଚାଷୀ ମାନଙ୍କୁ ଠକିଛନ୍ତି ।

କାଳିଆ ଯୋଜନାରେ ଡିବିଟି ମାଧ୍ୟମରେ ଚାଷୀ ମାନଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଯାଉଛି ବୋଲି ଶ୍ରୀ ଦେବ କହିଛନ୍ତି । ଓଡିଶାରେ ବିଜେପିକୁ ସରକାରକୁ ଆଣିବା ପାଇଁ ଶ୍ରୀ ଆଦିତ୍ୟନାଥ ଯେଉଁ ବୃଥା ଆସ୍ଫାଳନ କରୁଛନ୍ତି ତାହା କେବେ ସଫଳ ହେବ ନାହିଁ । ବିଜେଡି ଓଡିଶାରେ ୧୦୦ରୁ ଉଦ୍ଧ୍ୱର୍ ଆସନରେ ଜିତିବ ବୋଲି ସେ କହିଛନ୍ତି ।