Odia News Portal

ପରଦାକୁ ଆସିଲା ‘ଟୋଟାଲ ଧମାଲ’

ଆଜି ଫ୍ରାଇଡେ ରିଲିଜ୍ରେ ହଲକୁ ଆସିଲା କମେଡି ମୁଭି ଟୋଟାଲ ଧମାଲ। ଫିଲ୍ମରେ ଅଭିନୟ କରିଛନ୍ତି ଅଜୟ ଦେବଗନ୍, ମାଧୁରୀ ଦିକ୍ଷୀତ, ଅନୀଲ କପୁର, ରିତେଶ ଦେଶମୁଖ, ଜାଭେଦ ଜାଫରୀ, ସଞ୍ଜୟ ମିଶ୍ରା, ଅର୍ସଦ ୱାରସୀ,ଇଶା ଗୁପ୍ତା ଓ ବୋମନ ଇରାନୀ । ୨୦୦୭ରେ ରିଲିଜ ହୋଇଥିବା ଇନ୍ଦ୍ର କୁମାରଙ୍କ ସୁପରହିଟ୍ ଫିଲ୍ମ ସିରିଜ ଧମାଲ ଓ ଡବଲ ଧମାଲର ଥାର୍ଡ ପାର୍ଟ ହେଉଛି ଟୋଟାଲ ଧମାଲ। ୫୦କୋଟି ଟଙ୍କା ପାଇବା ପାଇଁ ଆରମ୍ଭ ହୋଇଛି ଏକ ଆଡଭେଞ୍ଚର ଜର୍ଣ୍ଣି । ଟଙ୍କା ଖୋଜିବାକୁ ଯାଇ ଘଟୁଛି ଖୁବ ମଜାଦାର ଘଟଣା । ଯାହାକୁ ନେଇ ଫିଲ୍ମର କାହାଣୀ ଗତିଶୀଳ । ଇନ୍ଦ୍ର କୁମାର ଫିଲ୍ମର ନିର୍ଦ୍ଦେଶନା ଦେଈଛନ୍ତି ।