Odia News Portal

ଉନ୍ମୋଚିତ ହେଲା ଜଗରନଟ୍- ଓଡ଼ିଶା ଅନ ଦ ମୁଭ ପୁସ୍ତକ

ଭୁବନେଶ୍ବର : ବିଜେଡି ସରକାର ୧୯ବର୍ଷ ପୂର୍ବେ କ୍ଷମତାକୁ ଆସିବା ପୂର୍ବରୁ ଦାରିଦ୍ର‌୍ୟ ଓ କ୍ଷୁଧା ପାଇଁ ଜଣାଶୁଣା ଥିଲା। ଦ ନ୍ୟୁ ଇଣ୍ଡିଆନ ଏକ୍ସସପ୍ରେସ ପକ୍ଷରୁ ଅନୁଷ୍ଠିତ ଜଗରନଟ୍- ଓଡ଼ିଶା ଅନ ଦ ମୁଭ ପୁସ୍ତକ ଉନ୍ମୋଚନ କାର‌୍ୟ୍ୟକ୍ରରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ସରକାରଙ୍କ ଲୋକହିତକାରୀ ଯୋଜନା ଫଳରେ ବର୍ତ୍ତମାନ ୮୦ଲକ୍ଷରୁ ଅଧିକ ଲୋକଙ୍କୁ ଦାରିଦ୍ର‌୍ୟ ସୀମାରେଖାରୁ ଉପରକୁ ଉଠିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିତ୍ୱକୁ ପ୍ରଭୁ ଚାୱଲା ବିଏମଡବ୍ଲ୍ୟୁ ଭାବେ ସମ୍ବୋଧନ କରିଛନ୍ତି। ବେସିକ ମିନିମମ୍ ୱାର୍ଡ ବା ସୀମିତ ଶଦ୍ଦରେ ନବୀନ ବେଷ୍ଟ ମାକ୍ସିମମ୍ ୱାର୍କ ବା ସର୍ବାଧିକ ସର୍ବୋତ୍ତମ କାମ କରିପାରିଥିବା ନେଇ ପ୍ରଶଂସା କରିଛନ୍ତି। ଦ ନ୍ୟୁ ଇଣ୍ଡିଆନ ଏକ୍ସସପ୍ରେସ ପକ୍ଷରୁ ଅନୁଷ୍ଠିତ ହୋଇଛି ଜଗରନଟ୍- ଓଡ଼ିଶା ଅନ ଦ ମୁଭ ପୁସ୍ତକ ଉନ୍ମୋଚନ କାର‌୍ୟ୍ୟକ୍ରମ। ହୋଟେଲ ମେ ଫେୟାର କନଭେନସନରେ କାର‌୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଛନ୍ତି । ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଆଲୋଚନାର ପ୍ରଥମ ପ୍ରସଙ୍ଗ ଥିଲା focussing on gender issues। ଏଥିରେ ଅଂଶଗ୍ରହଣ କରିଥିଲେ ପ୍ରଫେସର ନିତ୍ୟା ରାଓ, ଡ.ଅନୁପ୍ରିୟା ଶୁକ୍ଲା, ନିଷ୍ଠା ସତ୍ୟମ, ଡ.ଲାରା ଆଲେନ। ଆଲୋଚନାକୁ ପରିଚାଳନା କରିଥିଲେ ଡ. ସୁରଜ କୁମାର। ସେହିଭଳି ଦ୍ୱିତୀୟ ପ୍ରସଙ୍ଗ ଥିଲା odisha on the move। ଏହି ଆଲୋଚନାରେ ଭାଗ ନେଇଥିଲେ ରବି ଶଙ୍କର, ଦେବରାଜ ପ୍ରଧାନ, ରାନୁ ଭୋଗଲ, କ୍ରିଷ୍ଣା ବତ୍ସ। ଆଲୋଚନାକୁ ପରିଚାଳନା କରିଥିଲେ ଶଶିକୁମାର ବେଲାଥ୍। କାର‌୍ୟ୍ୟକ୍ରମରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ବରିଷ୍ଠ ସାମ୍ବାଦିକ ପ୍ରଭୁ ଚାୱଲା।