Odia News Portal

ଭିଜିଲାନ୍ସ ଜାଲରେ ଅଶୋକ କୁମାର ଡୁଙ୍ଗଡୁଙ୍ଗ

ରାଉରକେଲା : ଭିଜିଲାନ୍ସ ଜାଲରେ ବଣାଇ ଗ୍ରାମାଞ୍ଚଳ ଶ୍ରମ ନିରୀକ୍ଷକ । ତାଙ୍କ ନାଁ ଅଶୋକ କୁମାର ଡୁଙ୍ଗଡୁଙ୍ଗ । ୩ ହଜାର ୨୫୦ ଟଙ୍କା ଲା଼ଞ୍ଚ ନେବା ବେଳେ ତାଙ୍କୁ ଧରିଥିଲା ରାଉରକେଲା ଭିଜିଲାନ୍ସ ବିଭାଗ । ଅଭିଯୋଗ ହୋଇଛି ସୁନ୍ଦରଗଡ଼ ଜିଲ୍ଲା ଅଣସଂଗଠିତ ଶ୍ରମିକ ସଂଘର ସାଧାରଣ ସମ୍ପାଦକ ଦିଲ୍ଲୀପ ଲେହେରିଙ୍କଠାରୁ ସେ ଲାଞ୍ଚ ନେଉଥିଲେ। ଗୁଣ୍ଡୁରିଆ ବ୍ଲକ ନୂଆପଲ୍ଲୀର ୬୫ ଜଣ ଲୋକଙ୍କଠାରୁ ନିର୍ମାଣ ଶ୍ରମିକ କାର୍ଡ କରାଇ ଦେବାକୁ କହି ଜଣ ପିଛା ୫୦ ଟଙ୍କା ଲେଖାଏଁ ଲାଞ୍ଚ ଦାବି କରିଥିଲେ। ଏବାବଦରେ ଟଙ୍କା ନେଉଥିବା ବେଳେ ତାଙ୍କୁ ଧରିଥିଲା ଭିଜିଲାନ୍ସ।