Odia News Portal

ଶଙ୍ଖ ଧରିଲେ ହ୍ୟୁମାନ

ଶଙ୍ଖ ଧରିଲେ ହ୍ୟୁମାନ ସାଗର । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ନବୀନ ନିବାସରେ ବିଧିବଦ୍ଧ ଭାବେ ଶଙ୍ଖ ଧରିଛନ୍ତି ହ୍ୟୁମାନ ସାଗର ।ହ୍ୟୁମାନଙ୍କ ଯୋଗଦାନ ଦଳକୁ ଅଧିକ ମଜବୁତ କରିବ ବୋଲି କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଓଡିଶାର ଯୁବ ବର୍ଗଙ୍କୁ ନିଜ ଗୀତର ଯାଦୁରେ ମତୁଆଲା କରୁଥିବା ହ୍ୟୁମାନ ବିଜେଡିରେ ଯୋଗ ଦେବା ସହ ଦଳ ପକ୍ଷରୁ ଯାହା ଦାୟିତ୍ୱ ମିଳିବ ତାହା କରିବି ବୋଲି କହିଛନ୍ତି । ଖାସକରି ଆଗାମୀ ନିର୍ବାଚନ ପ୍ରଚାର ସମୟରେ ହ୍ୟୁମାନଙ୍କୁ ବିଜେଡିର ପ୍ରଚାର ମୈଦାନରେ ଦେଖିବାକୁ ମିଳିପାରେ । ରାଜ୍ୟରେ ହ୍ୟୁମାନଙ୍କ ଲକ୍ଷ ଲକ୍ଷ ଫ୍ୟାନ ରହିଥିବା ବେଳେ ଏହାର ଫାଇଦା ମଧ୍ୟ ଦଳକୁ ମିଳିପାରେ ।

ସୁନଜରା ସୁନଜରା, ତୁ ମୋ ଲୈଲା ଭଳି ସୁପରହିଟ ଗୀତ ଗାଇ ଓଡିଶାବାସୀଙ୍କ ମନରେ ଘର କରିଥିବା ହ୍ୟୁମାନ ବିଜେଡିରେ ଯୋଗ ଦେବା ସହ ରାଜନୀତିରେ ନୂଆ ଇନିଂସ ଆରମ୍ଭ କରିଛନ୍ତି । ଓଲିଉଡ କଳାକାର ରାଜନୀତିରେ ଏଣ୍ଟ୍ରି କରିବା କିଛି ନୂଆ କଥା ନୁହେଁ । ପୂର୍ବରୁ ସିଦ୍ଧାନ୍ତ ମହାପାତ, ଅନୁଭବ ମହାନ୍ତି, ପ୍ରଶାନ୍ତ ନନ୍ଦଙ୍କ ଭଳି ଓଲିଉଡ କଳାକାର ବିଜେଡିରେ ଯୋଗ ଦେବା ସହ ରାଜନୀତି ମୈଦାନରେ ମଧ୍ୟ ସଫଳତା ଲାଭ କରିଛନ୍ତି ।