ଭୁବନେଶ୍ବର : ୯ମାସ ଧରି ଲାଗିରହିଥିବା ଚର୍ଚାର ପଡିଲା ଯବନିକା । ଶେଷରେ ବିଜେପି ର ପଦ୍ମ ଧରିଛନ୍ତି ବୈଜୟନ୍ତ ପଣ୍ଡା । ଆଜି ବିଦ୍ଧିବଦ୍ଧ ଭାବରେ ବିଜେପି ଦିଲ୍ଲୀ କାର୍ଯ୍ୟାଳୟ ରେ ଅମିତ ଶାହା ଙ୍କ ଉପସ୍ତିତି ରେ ଯୋଗ ଦେଇଛନ୍ତି ବୈଜୟନ୍ତ । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ,ଜୁଏଲ ଓରାମ ଏବଂ ବସନ୍ତ ପଣ୍ଡା ,କେଭି ସିଂହଦେଓ ପ୍ରମୁଖ ଉପସ୍ଥିତ ରହି ବୈଜୟନ୍ତ ଙ୍କୁ ସ୍ୱାଗତ କରିଥିଲେ ବିଜେପିକୁ । ଆଗକୁ ନିର୍ବାଚନ ପାଖେଇ ଆସୁଥିବା ବେଳେ ବୈଜୟନ୍ତ ଙ୍କ ବିଜେପି ରେ ସାମିଲ ହେବା ବିଜେପି ପାଇଁ ଦଳର ସ୍ତିତି ମଜଭୁତ କରିବ ।
ସୂଚନା ଥାଉ କି ତୃତୀୟ ମହଲା ର ଦ୍ୱିତୀୟ କ୍ଷମତା କେନ୍ଦ୍ର ଙ୍କୁ ସିଧାସଳଖ ଟାର୍ଗେଟ କରି ସୁପ୍ରିମ ଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିବା ବୈଜୟନ୍ତ ଙ୍କୁ ପରେ ଦଳରୁ ନିଲମ୍ବନ କରାଯାଇଥିଲା ଏବଂ ସେ ବିଜେଡି ରୁ ନିଜର ଇସ୍ତଫା ସହିତ ସାଂସଦ ପଦରୁ ମଧ୍ୟ ଇସ୍ତଫା ଦେଇଦେଇଥିଲେ । ପରେ ବିଜେପି ଏବଂ କଂଗ୍ରେସ ରେ ମିଶିବେ ବୋଲି ଚର୍ଚ୍ଚା ହେଉଥିଲେ ହେଁ କୌଣସି ପ୍ରତିକ୍ରିୟା ରଖିନଥିଲେ ବୈଜୟନ୍ତ ପଣ୍ଡା ।